fbpx

ମା’ଙ୍କର ଏ କି ଲୀଳା! ଏହି ଦେବୀ ମନ୍ଦିରରେ ଅଛନ୍ତି ହଜାର ହଜାର ମୂଷା : ରହସ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ

AAKASH

ନୂଆଦିଲ୍ଲୀ : କୁହାଯାଉଛି ଭଗବାନଙ୍କ ଲୀଳା ଅପାର । ଲୋକେ ନିଜର ମନୋସ୍କାମନା ପୂରଣ କରିବା ପାଇଁ ଦୂର ଦୂରକୁ ଯାଇ ଦେବାଦେବୀଙ୍କୁ ଦର୍ଶନ କରୁଛନ୍ତି । ତେବେ କର୍ନି ମାଆର ମନ୍ଦିର ବହୁତ ପ୍ରସିଦ୍ଧ ଅଟେ । ସେଠାକାର ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି ଯେ କର୍ନି ମାଆ ଦୁର୍ଗାଙ୍କ ଅବତାର ଅଟନ୍ତି ।
ବିଂଶ ଶତାବ୍ଦୀର ଆରମ୍ଭରେ ଜଣେ ମହାରାଜା ଗଙ୍ଗା ସିଂ ଏହି ମନ୍ଦିର ନିର୍ମାଣ କରିଥିଲେ ।ଗ୍ନ୍‌ିରଟି ସମ୍ପୁର୍ଣ୍ଣ ଭାବେ ମାର୍ବଲରେ ତିଆରି ହୋଇଛି । ଏଠାରେ ଦେବୀ ମାଆଙ୍କୁ ରଖାଯାଇଛି । ମାଆଙ୍କ ମନ୍ଦିରଟି ରାହସ୍ଥାନର ବିକାନେର ଅଞ୍ଚଳରେ ଅବସ୍ଥିତ । ଦେବୀଙ୍କ ମୂର୍ତ୍ତିଟି ମନ୍ଦିରର ଗର୍ଭ ଗୃହରେ ଭିତରେ ବିରାଜମାନ ଅଟେ । ଏଠାରେ ଦେବୀଙ୍କ ମୂର୍ତ୍ତି ସହ ତାଙ୍କ ଭଉଣୀମାନଙ୍କର ବି ମୂର୍ତ୍ତି ଅଛି ବୋଲି କୁହାଯାଉଛି । ମା’ଙ୍କର ଏହି ମନ୍ଦିର ସହ ଜଡିତ ହୋଇ ଅନେକ ତଥ୍ୟ ରହିଛି । ଆସନ୍ତୁ ଜାଣିବା……

. ମନେକରାଯାଏ ଯେ, ମନ୍ଦିରରେ ୨୫,୦୦୦ରୁ ଅନ୍ଦିକ ମୂଷା ଅଛନ୍ତି, ଯାହାକୁ ‘କବ୍ୱା’ ନାମରେ ମଧ୍ୟ ଜଣାଯାଏ । ଏହି ମନ୍ଦିରରେ ମିଳୁଥରବା ଭୋଗକୁ ମଧ୍ୟ ମୂଷାକୁ ଖାଇବାକୁ ଦିଆଯାଏ । ଯେଉଁ ପ୍ରସାଦକୁ ମୂଷା ମାନେ ଅଧିକ ଖାଆନ୍ତି ତାହାକୁ ପବିତ୍ର       ବୋଲି ମନେ କରାଯାଏ ।

. କର୍ନି ମାଆଙ୍କ ମନ୍ଦିରରେ ଥିବା ହଜାର ହଜାର ମୂଷାଙ୍କୁ କୁହାଯାଏଛି ଯେ, ସେମାନେ ସୈନିକ ଥିଲେ, ଯେଉଁମାନେ କି ଯୁଦ୍ଧ କ୍ଷେତ୍ରକୁ ଛାଡି ଲୁଚି ପଳାଇଥିଲେ । ଲୁଚି ପଳାଇଥିବା ମୂଷାଙ୍କୁ ଦଣ୍ଡ ରୂପରେ ମୃତ୍ୟୁର ସାମ୍ନା କରିବାକୁ ପଡିଥିଲା, କିନ୍ତୁ କର୍ନି ମାଆଙ୍କ    କୃପାରୁ ସେମାନେ ବଞ୍ଚିଯାଇଥିଲେ ଏବଂ ସେମାନେ ମୂଷାର ରୂପରେ ରହିଲେ ।

. ମନ୍ଦିରରେ କଳା ମୂଷାଙ୍କ ମଧ୍ୟରେ ଗୋଟେ ଧଳା ମୂଷା ଦେଖାଗଲେ, ତାହାକୁ ଶୁଭ ସଂଙ୍କେତ ବୋଲି ମନେ କରାଯାଏ । କୁହାଯାଉଛି ଯେ, ଧଳା ମୂଷା ସ୍ୱୟଂ ମାଆ କର୍ନିଙ୍କ ରୂପ ଅଟେ । ମନ୍ଦିର ଭିତରେ ଯେଉଁମାନେ ଧଳା ମୂଷାକୁ ଦେଖନ୍ତି ସେମାନଙ୍କୁ     ଭାଗ୍ୟଶାଳୀ ବୋଲି କୁହାଯାଏ ।

Get real time updates directly on you device, subscribe now.