fbpx

(Video) ଏହି ସ୍ଥାନରେ ମୃତ୍ୟୁ ଉପରେ ଲାଗିଛି ପ୍ରତିବନ୍ଧକ: ସରକାର କରିଛନ୍ତି କଠୋର ନିୟମ

ନୂଆଦିଲ୍ଲୀ: ଭାଗବତର ଏକ ବାଣୀ ଅନୁସାରେ “ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ ।” ଅର୍ଥାତ୍ ଏ ଧରା ପୃଷ୍ଠ ହେଉଛି ମରଣଶୀଳ ଦୁନିଆ, ପୃଥିବୀରେ ଜନ୍ମ ନେଇଥିବା ପ୍ରତ୍ୟେକ ଜୀବ ଦିନେ ନା ଦିନେ ମୃତ୍ୟୁର ସାମନା କରିବା ନିଶ୍ଚିତ । ପୃଥିବୀର ଏମିତି କୌଣସି ସ୍ଥାନ ନାହିଁ ଯେଉଁଠି ମଣିଷ ମରେ ନାହିଁ । ତାହା ଭାରତ ହେଉ, ଆମେରିକା ହେଉ ବା ଚୀନ୍, ଋଷ୍ , ଇଟାଲୀ ପରି ବିକଶିତ ଦେଶ; ସବୁଠାରେ ପ୍ରାଣୀର ମୃତ୍ୟୁ ଅଛି । କିନ୍ତୁ ଯଦି ଆପଣକୁ କେହି ଜଣେ କୁହେ ଯେ ଏମିତି ଏକ ଜାଗା ଅଛି ଯେଉଁଠି ମଣିଷ ମରେ ନାହିଁ, ତାହା ଆପଣ କେବେ ବି ବିଶ୍ୱାସ କରିବେ ନାହିଁ । କିନ୍ତୁ ଏହା ସତ ।

ପୃଥିବୀରେ ଏମିତି ଏକ ଅଦ୍ଭୁତ ଜାଗା ଅଛି ଯେଉଁଠି ୭୦ ବର୍ଷ ହେବ କୌଣସି ମଣିଷର ମୃତ୍ୟୁ ହୋଇନାହିଁ । ଏଭଳି ଏକ ଅଦ୍ଭୁତ ଜାଗା ନରୱେରେ ରହିଛି । ଏଠାକାର ଅନେକ ସୁନ୍ଦର ସ୍ଥାନ ପାଇଁ ଏହା ଦୁନିଆର ପ୍ରସିଦ୍ଧ ପର୍ଯ୍ୟଟକ ସ୍ଥଳୀମାନଙ୍କ ମଧ୍ୟରେ ସ୍ଥାନ ହାସଲ କରିପାରିଛି । ନରୱେରେ ଥିବା ଏହି ଜାଗାର ନାମ ହେଉଛି ଲଙ୍ଗ୍ ଇୟରୱେନ୍ । ଏଠାରେ କେହି ବି ବ୍ୟକ୍ତି ମୃତ୍ୟୁବରଣ କରନ୍ତି ନାହିଁ । ନରୱେ ମିଡ୍ନାଇଟ୍ ସନ ଭାବେ ମଧ୍ୟ ଜଣାଶୁଣା । ଏହି ଦେଶରେ ମେ ମାସରୁ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ କେବେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ଏଠାରେ ଲଗାତାର ୭୬ ଦିନ ପର୍ଯ୍ୟନ୍ତ ଦିନ ରହେ । ଏଠାରେ ଥିବା ସ୍ୱଲ୍ ୱାର୍ଡରେ ମଧ୍ୟ ଏପ୍ରିଲ୍ ୧୦ରୁ ଅଗଷ୍ଟ୍ ୨୩ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ଲଙ୍ଗ୍ ଇୟରୱେନ୍ରେ ଏଠାର ସ୍ଥାନୀୟ ପ୍ରଶାସନ ଏକ ଆଇନ ତିଆରି କରିଛନ୍ତି ଯାହା ଦ୍ୱାରା ଏଠାକାର ଲୋକ ମରନ୍ତି ନାହିଁ । ନରୱେର ଉତ୍ତର ମେରୁରେ ଥିବା ଲଙ୍ଗ୍ ଇୟରୱେନ୍ରେ ବର୍ଷସାରା ଭୀଷଣ ଥଣ୍ଡା ପଡିଥାଏ । ଏହି କାରଣରରୁ ଏଠାକାର ଶବ ପଚି ନଥାଏ । ଏହି କାରଣରୁ ଏଠାକାର ପ୍ରଶାସନ ମଣିଷ ଉପରେ ମରିବା ନିଷେଧାଦେଶ ଜାରି କରିଛନ୍ତି ।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଏହା ଯେ ଏଠାରେ ୭୦ ବର୍ଷ ହେବ କାହାର ମୃତ୍ୟୁ ହୋଇନି । ଏହି ସହରରେ ଈସାଇ ଧର୍ମର ଲୋକେ ଅଧିକ ରୁହନ୍ତି । ୧୯୧୭ରେ ଏଠାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା, ଯିଏ ଇନ୍ଫ୍ଲୁଏଞ୍ଜାରେ ପୀଡିତ ଥିଲେ । ଏହି ବ୍ୟକ୍ତିଙ୍କର ଶବକୁ ଲଙ୍ଗ ଇୟରୱେନ୍ରେ ସମାଧି ଦିଆଯାଇଥିଲା । ଏହି ବ୍ୟକ୍ତିଙ୍କର ଶବରେ ଏବେ ମଧ୍ୟ ଇନଫ୍ଲୁଏଞ୍ଜା ଭାଇରସ ଅଛନ୍ତି । ଏହି କାରଣରୁ ସ୍ଥାନୀୟ ପ୍ରଶାସନ ଏଠାରେ କାହାରିକୁ ମରିବାକୁ ମନା କରିଛି, ଯାହା ଫଳରେ କୌଣସି ମହାମାରୀରୁ ଲୋକଙ୍କୁ ରକ୍ଷା କରାଯାଇପାରିବ । ଏହି ସହରରେ ପ୍ରାୟ ୨ ହଜାର ଲୋକ ବାସ କରନ୍ତି । ଯଦି ଏଠାରେ କେହି ବ୍ୟକ୍ତି ରୋଗରେ ପଡନ୍ତି, ତେବେ ତାଙ୍କୁ ଉଡାଜାହାଜରେ ଅନ୍ୟ ସ୍ଥାନକୁ ନିଆଯାଏ । ସେଠାରେ ମୃତ୍ୟୁ ପରେ ତାଙ୍କର ସେହି ସ୍ଥାନରେ ହିଁ ଅନ୍ତିମ ସଂସ୍କାର କରି ଦିଆଯାଏ ।

Get real time updates directly on you device, subscribe now.