fbpx

ଏହି ମୁସଲମାନ ବହୁଳ ଦେଶରେ ରହିଛି ପ୍ରଭୁ ଶ୍ରୀରାମଙ୍କ ଏକ ବିରାଟକାୟ ମନ୍ଦିର

ଓଡିଶା ଭାସ୍କର: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଆସନ୍ତା ଜାନୁୟାରୀ ୨୨ ତାରିଖରେ ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବାକୁ ଥିବା ବେଳେ ଏଥିପାଇଁ ଯୁଦ୍ଧସ୍ତରରେ ପ୍ରସ୍ତୁତ କରାଯାଉଛି । ଏହା ସହ ସବୁଠି ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରଚାର ପ୍ରସାର ଚାଲିଥିବା ଦେଖିବାକୁ ମିଳୁଛି। ବିଶ୍ୱର ଅନେକ ରାଷ୍ଟ୍ର ଏବେ ଅଯୋଧ୍ୟାର ଏହି ମନ୍ଦିର ଉପରେ ନଜର ରଖିଛନ୍ତି। ତେବେ ମର୍ୟ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିର କେବଳ ଭାରତରେ ନୁହେଁ ବରଂ ବିଶ୍ୱର ଅନେକ ଦେଶରେ ରହିଛି। କିନ୍ତୁ ଆପଣଙ୍କୁ ଜଣା ଅଛି କି ବିଶ୍ୱର ଏଭଳି ଏକ ମୁସଲିମ ଦେଶ ରହିଛି ଯେଉଁଠାରେ ବହୁ ପୂର୍ବରୁ ପ୍ରଭୁ ରାମଙ୍କ ମନ୍ଦିର ରହି ଆସିଛି । ଭଗବାନ ରାମଙ୍କୁ ସେଠାରେ ସମସ୍ତେ ଭାରି ସମ୍ମାନ ଓ ବିଶ୍ୱାସ କରନ୍ତି।

ଇଣ୍ଡୋନେସିଆକୁ ବିଶ୍ୱର ଚତୁର୍ଥ ବୃହତ୍ତମ ଜନସଂଖ୍ୟା ବିଶିଷ୍ଟ ଦେଶ କୁହାଯାଉଥିବା ବେଳେ ଏହି ଦେଶ ମୁସଲମାନ ବହୁଳ। ଯାହାର ଜନସଂଖ୍ୟା ପାଖାପାଖି ୨୩ କୋଟି। ତେବେ ଏଠାରେ ଏମିତି ଏକ ସ୍ଥାନ ରହିଛି ଯାହାକୁ ଅଯୋଧ୍ୟା ବୋଲି କୁହାଯିବା ସହ ଏଠାକାର ଲୋକେ ମର୍ୟ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କୁ ପୂଜା କରିଥାଆନ୍ତି। ଦେଶର ରାଜଧାନୀ ଜାକର୍ତ୍ତାରେ ଅବସ୍ଥିତ ଏହି ରାମ ମନ୍ଦିରକୁ ପ୍ରମ୍ବାବନ ମନ୍ଦିର ବୋଲି କୁହାଯାଏ।

ସୂଚନା ଅନୁଯାୟୀ, ଏହି ସ୍ଥାନରେ ରାମାଲିଲା ଆୟୋଜିତ ହୋଇଥାଏ। ଏଠାରେ ଥିବା ଅଧିକାଂଶ ପଥରରେ ରାମଙ୍କର ଗାଥା ବର୍ଣ୍ଣନା କରାଯାଇଛି। କେବଳ ସେତିକି ନୁହେଁ ଏଠାକାର ସରକାର ୧୯୭୩ରେ ଏଠାରେ ଏକ ଅନ୍ତର୍ଜାତୀୟ ରାମାୟଣ ମହୋତ୍ସବ ସମ୍ମିଳନୀର ଆୟୋଜନ କରିଥିଲେ। ଯେଉଁଥିରେ ଯୋଗ ଦେବାକୁ ବିଭିନ୍ନ ଦେଶରୁ କଳାକାରମାନେ ଆସିଥିଲେ। ବିଶ୍ୱର ଏହା ଏକମାତ୍ର ଦେଶ ଯେଉଁଠି ରାମାୟଣର ଏତେ ମହତ୍ତ୍ୱ ରହିଛି। ଇଣ୍ଡୋନେସିଆ ପରି ବିଶ୍ୱର ବହୁତ ଛୋଟ ବଡ଼ ଦେଶ ମାନଙ୍କରେ ରାମଙ୍କ ମନ୍ଦିର ରହିଥିବା ବେଳେ ସେଠାରେ ଭାରତୀୟ ସଂସ୍କୃତିକୁ ଅନୁସରଣ କରାଯାଇଥାଏ।

Get real time updates directly on you device, subscribe now.