କେବେ ଭାବିଛନ୍ତି ! କେମିତି ଟଙ୍କା କମାନ୍ତି GOOGLE PAY ଓ PHONE PAY ? 100 ପ୍ରତିଶତ ଲୋକଙ୍କୁ ନାହିଁ ଜଣା…
ଗତବର୍ଷ ଏହି କମ୍ପାନୀ ପ୍ରାୟ 5065 କୋଟି ରୋଜଗାର କରିଥିଲା । ତେବେ ଏହା କେମିତି ସମ୍ଭବ ପଢନ୍ତୁ ଏ ରିପୋର୍ଟରେ....
ଓଡିଶା ଭାସ୍କର: ଅଧୁନା ଦୁନିଆ ହେଉଛି ଡିଜିଟାଲ ଦୁନିଆ । ସାଧାରଣ ଚାଷୀଠାରୁ ଆରମ୍ଭ କରି ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତେ ଅନଲାଇନ କାରବାରରେ ମାହିର । ସାଧାରଣ ଲୋକଟିଏ 1 ଟଙ୍କାରୁ ଆରମ୍ଭ କରି 1 ଲକ୍ଷ ଟଙ୍କା ନେଣଦେଣ ପାଇଁ ଅନଲାଇନ ପ୍ଲାଟଫର୍ମର ବ୍ୟବହାର କରେ । ଏଥିରେ ସର୍ବାଗ୍ରେ ଆସନ୍ତି ଗୁଗୁଲ ପେ ( GOOGLE PAY) ଓ ଫୋନ ପେ (PHONE PAY) ।
ଏହିକ୍ରମରେ ଗୁଗୁଲ ପେ ଓ ଫୋନ ପେ ବ୍ୟବହାରକାରୀଙ୍କୁ କେବେ କୌଣସି ଚାର୍ଜ ମାଗେନି । ତଥାପି କୋଟି କୋଟି ଟଙ୍କା କେମିତି ରୋଜଗାର କରେ! ପ୍ରକାଶଥାଉ ଯେ, ଗତବର୍ଷ ଏହି କମ୍ପାନୀ ପ୍ରାୟ 5065 କୋଟି ରୋଜଗାର କରିଥିଲା । ତେବେ ଏହା କେମିତି ସମ୍ଭବ ପଢନ୍ତୁ ଏ ରିପୋର୍ଟରେ….
ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ଯେ, ବିନା ପ୍ରଡକ୍ଟ ବିକ୍ରି କରି ଏମାନେ ଏତେ କୋଟି କେମିତି ରୋଜଗାର କରନ୍ତି । ଏହି ଦୁଇ ଡିଜିଟାଲ ଆପ୍ସର କମାଇ ଏକ ସ୍ୱତନ୍ତ୍ରଧରଣର ବିଜନେସ ମଡେଲରୁ ହୋଇଥାଏ । ଯେଉଁଥିରେ ଛୋଟଛୋଟ କିରାଣା ଷ୍ଟୋର ବି ସାମିଲ ଥାଆନ୍ତି ।
ଏହି ଡିଜିଟାଲ ଆପ୍ସ କିରାଣା ଦୋକାନରୁ ଭଏସ-ଓରପେଣ୍ଟିଂ ସ୍ପିକର ସର୍ଭିସରୁ ରୋଜଗାର କରନ୍ତି । ଯେଉଁଥିରେ ଆପଣ ବି ଶୁଣିଥିବେ ଏ ଶବ୍ଦ ‘ଆପକେ ପୋନ ପେ ପର 100 ରୁପୈୟା ପ୍ରାପ୍ତ ହୁଏ’ ଭଳି ଅମିତାଭଙ୍କ ଭଏସଓଭର ।
କମ୍ପାନୀ ଏହି ସ୍ପିକର ଦୋକାନୀଙ୍କୁ ଦେଇ ପ୍ରତିମାସରେ ସେମାନଙ୍କଠାରୁ 100 ଟଙ୍କା ନେଇଥାଏ । ଏଭଳି ସ୍ପିକର ଭାରତରେ ପ୍ରାୟ 30 ଲକ୍ଷ ଦୋକାନରେ ଉପଲବ୍ଧ । ଫଳରେ ପ୍ରତିମାସ କମ୍ପାନୀ 30 କୋଟି ରୋଜଗାର କରେ । ଯାହା ବାର୍ଷିକ 360 କୋଟି ହେବ ।
ଏହାବାଦ ଏହା ବ୍ରାଣ୍ଡ ପାଇଁ ବିଜ୍ଞାପନର ମଧ୍ୟ ଏକ ଭିନ୍ନ ଉପାୟ । ନିଜର ବ୍ରାଣ୍ଡର ପ୍ରମୋସନ ପାଇଁ ଅନେକ କମ୍ପାନୀ କାର୍ଡର ମଧ୍ୟ ବ୍ୟବହାର କରନ୍ତି । ଫଳରେ ଏଭଳି କ୍ଷେତ୍ରରେ ଗୁଗୁଲ ପେ ଓ ଫୋନ ପେକୁ ଦ୍ୱିଗୁଣିତ ଲାଭ ମିଳେ ।
SAAS ଓ ଲେଣ୍ଡିଂ ସର୍ଭିସ ପାଇଁ ଏହି କମ୍ପାନୀ ୟୁପିଆଇ (UPI) କୁ ଏକ ପେମେଣ୍ଟ ଟୁଲ ନୁହେଁ, ବରଂ ଏକ ବଡ଼ ବ୍ୟବସାୟର ରୁପ ଦେଇ ସାରିଛନ୍ତି ।