fbpx

ପାଗ ପରିବର୍ତ୍ତନର ସମ୍ଭାବନା ନାହିଁ… ଆହୁରି ଜାରି ରହିବ ଅସହ୍ୟ ଗୁଳୁଗୁଳି, ଜଳୁଛି ଓଡ଼ିଶା

Advertisement

ଭୁବନେଶ୍ୱର: ଓଡ଼ିଶାରେ ପାଣିପାଗ ଲୋକଙ୍କ ଚିନ୍ତା ବଢାଉଛି । ନାଁ ଓଡ଼ିଶାରେ ମୌସୂମୀ ବାୟୁର ପ୍ରଭାବ ଦେଖା ଦେଉଛି, ନା ଗୁଳୁଗୁଳି କମିବାର ନାଁ ନେଉଛି । ମୌସୂମୀର ଲୁଚକାଳି ଖେଳରେ ହନ୍ତସନ୍ତ ହେଉଛନ୍ତି ସାରା ଓଡ଼ିଶା ବାସୀ । ତେବେ ବର୍ତ୍ତମାନ ମିଳିଥିବା ଖବର ଅନୁସାରେ, ଆଗାମୀ ୨ ଦିନ ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନର କୌଣସି ସମ୍ଭାବନା ନାହିଁ । ଏହି ୨ ଦିନ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ଜାରି ରହିବ ବୋଲି ଜାଣିବାକୁ ମିଳିଛି । ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅଧିକ ଗୁଳୁଗୁଳି ହୋଇପାରେ । ମୌସୂମୀ ବାୟୁ ଓଡ଼ିଶାରେ ପାଦ ଦେଇ ସାରିଥିବା ବେଳେ ଏହା ଆଗକୁ ଅଗ୍ରସର ହୋଇ ପାରୁନାହିଁ । ତେବେ ଆସନ୍ତା ୪-୫ ଦିନରେ ଏହା ରାଜ୍ୟର କିଛି ଅଞ୍ଚଳରେ ମୌସୂମୀ ଅଗ୍ରସର ହୋଇପାରେ ବୋଲି ଆଶା କରାଯାଉଛି । ତେବେ ୧୮ ଏବଂ ୧୯ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ହୋଇପାରେ ।

Get real time updates directly on you device, subscribe now.