fbpx
BJD SKY
BJD SKY

ସେନାରେ ନିଯୁକ୍ତି ମଡେଲରେ ହେବ ପରିବର୍ତ୍ତନ, ୫୦% ସୈନିକ ୫ ବର୍ଷରେ ନେବେ ଅବସର

BJD

ଭାରତୀୟ ସେନାରେ ନିଯୁକ୍ତି ପ୍ରକ୍ରିୟାରେ ବଡ଼ ଧରଣର ପରିବର୍ତ୍ତନର ପ୍ରସ୍ତୁତି କରାଯାଉଛି । ଗତ ଦୁଇ ବର୍ଷରୁ କୋଭିଡ କାରଣରୁ ସେନାରେ ଭର୍ତ୍ତି ପାଇଁ ରାଲି କିମ୍ବା ନିଯୁକ୍ତି ପ୍ରକ୍ରିୟା ବନ୍ଦ ରହିଛି । ଏଥିପାଇଁ ଦେଶରେ ପ୍ରାୟ ୧.୨୫ ଲକ୍ଷ ସୈନିକ ପଦବୀ ଖାଲି ରହିଛି । ଏହାକୁ ନେଇ ଆଶାୟୀମାନେ ମଧ୍ୟ ଆନ୍ଦୋଳନରେ କରୁଛନ୍ତି । ମଙ୍ଗଳବାର ଦିଲ୍ଲୀ ଜନ୍ତର-ମନ୍ତର ଠାରେ ଛାତ୍ରମାନେ ଧାରଣା ଦେଇଛନ୍ତି । ଏହି ସବୁ ସ୍ଥିତିକୁ ଦୃଷ୍ଟିରେ ରଖି ଏବେ କମ୍ ସମୟ ପାଇଁ ସେନାରେ ନିଯୁକ୍ତି ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏହାକୁ ଟୁର ଅଫ୍ ଡ୍ୟୁଟି କୁହାଯାଉଛି ।

ରିପୋର୍ଟ ଅନୁଯାୟୀ ପ୍ରସ୍ତାବିତ ନିଯୁକ୍ତି ପ୍ରକ୍ରିୟାରେ ବଡ଼ ଧରଣର ପରିବର୍ତ୍ତନ କରାଯାଉଛି । ଏହା ଅନୁଯାୟୀ ଅଧାରୁ ଅଧିକ ସୈନିକ ପାଞ୍ଚ ବର୍ଷ ମଧ୍ୟରେ ଅବସର ନେବେ । ଗତ ଦୁଇ ସପ୍ତାହ ଧରି ରକ୍ଷା ମନ୍ତ୍ରାଳୟ ଏହାକୁ ନେଇ ଆଲୋଚନା କରୁଛି, ଏବେ ଏଥିରେ ସହମତି ମିଳିଛି । ରିପୋର୍ଟ ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରାଳୟର ସହମତିରେ ଯେଉଁ ଡ୍ରାଫ୍ଟ ତିଆରି ହୋଇଛି ସେଥିରେ ସେନାରେ ସବୁ ସୈନିକଙ୍କ ନିଯୁକ୍ତି ଟୁର ଅଫ୍ ଡ୍ୟୁଟି ମଡେଲ ଆଧାରରେ କରାଯିବ । ଏହି ମଡେଲ ଅନୁଯାୟୀ ୨୫ ପ୍ରତିଶତ ସୈନିକଙ୍କୁ ନିଯୁକ୍ତି କେବଳ ୩ ବର୍ଷ ପାଇଁ, ଏହାପରେ ୨୫ ପ୍ରତିଶତ ସୈନିକଙ୍କୁ ୫ ବର୍ଷ ପାଇଁ ଏବଂ ଏହା ପରେ ବାକି ୫୦ ପ୍ରତିଶତ ସୈନିକଙ୍କୁ ଅବସର ବୟସ ପର୍ଯ୍ୟନ୍ତ ସେବରେ ରହିବେ ।

ଏହି ନୂଆ ଯୋଜନା ଦ୍ୱାରା ସେନାର ଅଧିକ ସଞ୍ଚୟ ହେବ କାରଣ ଯେତେବି ନିଯୁକ୍ତି କରାଯିବ ସେ ସବୁ ଚୁକ୍ତି ଆଧାରରେ ହିଁ ହେବ । ଏହା ଯୋଗୁଁ ସରକାରଙ୍କୁ ପେନସନ ବିଲ୍ ଭରିବାକୁ ପଡ଼ିବନି । ସରକାରଙ୍କୁ ସେନା ଉପରେ ହେଉଥିବା ଖର୍ଚ୍ଚର ଅଧିକାଂଶ ଭାଗ ବର୍ତ୍ତମାନ ପେନସନରେ ଖର୍ଚ୍ଚ ହେଉଛି । ଅବଶ୍ୟ ଏହାର ଅର୍ଥ ନୁହେଁ ଯେ ୩ କିମ୍ବା ୫ ବର୍ଷ ସେବା ଦେବା ସୈନିକଙ୍କୁ ପେନସନ ରେ କିଛି ମିଳିବନାହିଁ ବରଂ ଏହି ସୈନିକଙ୍କୁ ନ୍ୟାସନାଲ ପେନସନ ସ୍କିମ ଅନୁଯାୟୀ ସୁବିଧା ଦିଆଯିବ ଏବଂ ଯେଉଁଭଳି ଭାବରେ ଆର୍ମ ଫୋର୍ସଙ୍କ ଅବସର କର୍ମଚାରୀଙ୍କୁ ମେଡିକାଲ ସବୁିଧା ଦିଆଯାଏ, ସେହିଭଳି ଏମାନଙ୍କୁ ମଧ୍ୟ ଦିଆଯିବ । ସୂଚନା ଅନୁଯାୟୀ, ୩ କିମ୍ବା ୫ ବର୍ଷ ସେବା ଅଧିକାରୀଙ୍କ ଉପରେ ଲାଗୁ ହେବ ନାହିଁ । ଏହା କେବଳ ସୈନିକଙ୍କ ଉପରେ ଲାଗୁ ହେବ । ଅବଶ୍ୟ ଏହା କେବେଠାରୁ କାର୍ଯ୍ୟକାରୀ ହେବ ସେନେଇ ସ୍ପଷ୍ଟ କରାଯାଇନାହିଁ  ।

Get real time updates directly on you device, subscribe now.