fbpx
BJD SKY
BJD SKY

BJD-BJP ମଧ୍ୟରେ ହେବ ମହା ଗଠବନ୍ଧନ! ସିଟ୍ ଭାଗବଣ୍ଟା ଫର୍ମୁଲାକୁ ନେଇ ଆଲୋଚନା…

BJD

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ଗଠବନ୍ଧନକୁ ନେଇ ରାଜନୀତି ମାହୋଲ ସରଗରମ ହୋଇଛି । ଓଡ଼ିଶାର ବିଜୁ ଜନତା ଦଳ ଏବଂ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ମଧ୍ୟରେ ପୁନର୍ମିଳନ ହେବ ବୋଲି ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ୧୫ ବର୍ଷ ପରେ ପୁଣିଥରେ ଉଭୟ ଦଳ ଏକାଠି ହୋଇପାରନ୍ତି ବୋଲି ରାଜନୀତି ଜଗତରେ ଏକ ମୁଖ୍ୟ ପ୍ରସଙ୍ଗ ପାଲଟିଛି । ତେବେ ଯଦି ଚଳିତର୍ବେ ଉଭୟ ଦଳ ମଧ୍ୟରେ ମେଣ୍ଟ ହୁଏ, ତେବେ କେଉଁ ଦଳ କେତେ ସିଟ୍ ପାଇବ ? କେତୋଟି ଆସନରୁ ବିଜେପି ଏଢିବ ଏବଂ କେତୋଟି ଆସନରୁ ଲଢିବ ବିଜେଡି? ଏ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଯାଇଛି ।

କୌଣସି ଦଳ ପକ୍ଷରୁ ସ୍ପଷ୍ଟ ଘୋଷଣା ହୋଇ ନଥିଲେ ମଧ୍ୟ ବିଜେଡି-ବିଜେପି ଗଠବନ୍ଧନ ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । ଉଭୟ ଦଳ ଲୋକସଭା ନିର୍ବାଚନରେ ଗୋଟିଏ ଦଳ ହୋଇ ନିର୍ବାଚନ ଲଢିବେ ବୋଲି ମଧ୍ୟ ଆଲୋଚନା ହେଉଛି । ରିପୋର୍ଟ ଅନୁସାରେ, ବିଜେପି ୧୩/୧୪ ଏବଂ ବିଜେଡି ୭/୮ ସିଟରେ ଲୋକସଭା ନିର୍ବାଚନ ଲଢିପାରନ୍ତି । ସେହିପରି ବିଧାନସଭା ନିର୍ବାଚନରେ ବିଜେଡି ୯୫/୧୦୦ ଏବଂ ବିଜେପି ୪୬/୫୨ ସିଟ ପାଇଁ ନିର୍ବାଚନୀ ମଇଦାନରେ ପାଦ ରଖିପାରେ । ତେବେ ଏ ନେଇ ଖୁବଶୀଘ୍ର ବଡ଼ ଘୋଷଣା ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ଚାଲିଛି । ନିକଟରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେଡି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବା ପରେ ଏ ସମ୍ପର୍କରେ କଳ୍ପନାଜଳ୍ପନା ବୃଦ୍ଧି ପାଇଛି। ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣେ ଲୋକପ୍ରିୟ ସିଏମ ବୋଲି କହିଥିବା ବେଳେ ସିଏମ ନବୀନ ପଟ୍ଟନାୟକ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଥିଲେ।

ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଳର ବରିଷ୍ଠ ନେତା-ମନ୍ତ୍ରୀ ଉପସ୍ଥିତ ରହିଛନ୍ତି । ମନ୍ତ୍ରୀ ରାଜା ସ୍ୱାଇଁ, ଟୁକୁନି ସାହୁ, ଅଶୋକ ପଣ୍ଡାଙ୍କ ସମେତ ଅତନୁ ନାୟକ, ପ୍ରଫୁଲ୍ଲ ମଲ୍ଲିକ, ଜଗନ୍ନାଥ ସାରକା ପ୍ରମୁଖ ଏହି ବୈଠକରେ ସାମିଲ ରହିଛନ୍ତି । ଏହାବ୍ୟତୀତ ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ରଙ୍କ ସମେତ ପ୍ରଣବ ବଳବନ୍ତରାୟ, ସସ୍ମିତ ପାତ୍ର, ସଞ୍ଜୟ ଦାସବର୍ମା, ମାନସ ମଙ୍ଗରାଜ, ଏବଂ ପ୍ରଦୀପ ଅମାତ ମଧ୍ୟ ନବୀନ ନିବାସରେ ଆଲୋଚନା କରୁଛନ୍ତି । ଅନ୍ୟ ପକ୍ଷରେ ଦିଲ୍ଲୀରେ ମଧ୍ୟ ବିଜେପି କୋର୍ କମିଟି ବୈଠକ ଆରମ୍ଭ କରିଛି । ଓଡ଼ିଶା ସମ୍ପର୍କରେ ଆଲୋଚନା ନେଇ ବୈଠକ ଜାରି ରହିଥିବା ସୂଚନା ମିଳିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ, ଧର୍ମେନ୍ଦ୍ର ପ୍ରଧାନ, ମୁଖପାତ୍ର ସମ୍ବିତ ପାତ୍ର ଏବଂ ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି ପ୍ରମୁଖ ଏହି ବୈଠକରେ ଭାଗ ନେଇଛନ୍ତି ।

Get real time updates directly on you device, subscribe now.