fbpx

Bone Health ପାଇଁ ଏହି ୫ ଖାଦ୍ୟ ଖରାପ; ହାଡ଼କୁ ଭିତରୁ କରିଥାଏ ଖୋଳ

ଓଡ଼ିଶା ଭାସ୍କର: ହାଡ଼ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଆମକୁ ଠିଆ ହେବାଠୁ ନେଇ ସବୁ କାର୍ଯ୍ୟ କରିବାକୁ ହାଡ଼ ସାହାଯ୍ୟ କରିଥାଏ । ହାଡ଼ ସାଧାରଣତଃ କ୍ରମାଗତ ଭାବରେ ନଷ୍ଟ ହେବା ଏବଂ ଗଠନ ହେବାରେ ଲାଗିଥାଏ । ଯେତେବେଳେ ଆମ ଶରୀରର ବୃଦ୍ଧି ଘଟେ, ସେତେବେଳେ ହାଡ଼ ଗଠନ ପ୍ରକ୍ରିୟା ଦ୍ରୁତ ହୁଏ, କିନ୍ତୁ ବୟସ ବଢ଼ିବା ସହିତ ଏହି ପ୍ରକ୍ରିୟା ମନ୍ଥର ହୋଇଯାଏ ।

ଏହି କାରଣରୁ ବୟସ ବଢ଼ିବା ସହିତ ହାଡ଼ ଦୁର୍ବଳ ହେବା ଆରମ୍ଭ ହୋଇଥାଏ। ହାଡ଼କୁ ମଜବୁତ କରିବା ପାଇଁ ଆମକୁ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ । ଏମିତି କିଛି ଜିନିଷ ଅଛି ଯାହା ହାଡ଼କୁ ଦୁର୍ବଳ କରିଥାଏ । ଏହି ସବୁ ଜିନିଷରୁ ଦୂରେଇ ରହିବା ଉଚିତ୍ ।

  • ସୋଡାରେ କଫିନ୍ ଓ ଫସଫରିକ୍ ଏସିଡ୍ ରହିଥାଏ। ଏହି ଦୁଇଟି ଉପାଦାନ ହାଡ଼ରୁ କ୍ୟାଲସିୟମ୍ ଟାଣି ନେଇଥାଏ। ଏହା ଦ୍ୱାରା ହାଡ଼ ଦୁର୍ବଳ ହୋଇପାରେ ।
  • ସୋଡା ବ୍ୟତୀତ ଅନ୍ୟ ଚିନିଯୁକ୍ତ ପାନୀୟ ଯଥା ଥଣ୍ଡା ପାନୀୟ, ଜୁସ୍ ଓ ଏନର୍ଜି ଡ୍ରିଙ୍କ୍ ମଧ୍ୟ ହାଡ଼କୁ ଦୁର୍ବଳ କରିଥାଏ। ଏହି ପାନୀୟରେ କ୍ୟାଫିନ୍ ଏବଂ ଫସଫରିକ୍ ଏସିଡ୍ ମଧ୍ୟ ରହିଥାଏ।
  • ଜଙ୍କଫୁଡ୍ ରେ କ୍ୟାଲୋରି, ଫ୍ୟାଟ୍ ଏବଂ ସୋଡିୟମ୍ ର ମାତ୍ରା ଅଧିକ ଥିଲେ ମଧ୍ୟ ଏଥିରେ ପୋଷକ ତତ୍ତ୍ୱର ଅଭାବ ରହିଛି। ଜଙ୍କଫୁଡ୍ ଖାଇବା ଦ୍ୱାରା ହାଡ଼କୁ ମଜବୁତ କରିବା ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱ ମିଳିନଥାଏ।
  • କ୍ୟାଫିନ ଏକ ଡାଇୟୁରେଟିକ୍ ଅଟେ, ଅର୍ଥାତ୍ ଏହା ଶରୀରରୁ ପାଣି ବାହାର କରିଥାଏ । ଏହା ଦ୍ୱାରା ହାଡରେ କ୍ୟାଲସିୟମ ସ୍ତର ହ୍ରାସ ପାଇଥାଏ ।
  • ମଦ୍ୟପାନ କରିବା ଦ୍ୱାରା ହାଡ଼ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ । ମଦ୍ୟପାନ କରିବା ଦ୍ୱାରା ହାଡ଼ରୁ କ୍ୟାଲସିୟମର ଅବଶୋଷଣ କମିଯାଏ ।

Get real time updates directly on you device, subscribe now.