ଓମିକ୍ରନ୍ ସହିତ ଲଢ଼ିବାରେ ଶକ୍ତି ଯୋଗାଇବ ଏହି ୮ଟି ସୁପରଫୁଡ୍, ଶୀତ ଦିନେ ବଢ଼ାଇବ ଇମ୍ୟୁନିଟି

ଓଡ଼ିଶା ଭାସ୍କର ବ୍ୟୁରୋ: କରୋନା ଭାଇରସ୍ ର ନୂତନ ଭାରିଆଣ୍ଟ ଓମିକ୍ରନ ଏବେ ଦେଶରେ ବ୍ୟାପିସାରିଲାଣି । ପ୍ରତ୍ୟେକ ଦିନ ବିଭିନ୍ନ ରାଜ୍ୟରୁ ଆକ୍ରାନ୍ତ ଚିହ୍ଟ ହେଉଛନ୍ତି । ଦେଶରେ ଏଯାବତ୍ ଓମିକ୍ରନର ୧୭୦୦ ମାମଲା ସାମନାକୁ ଆସିଛି । ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଶରୀରର ଉପଯୁକ୍ତ ଯତ୍ନ ନେବା ପାଇଁ ବାରମ୍ବାର ପରାମର୍ଶ ଦେଉଛନ୍ତି । ଏଥିସହିତ ଶରୀରରେ ଇମ୍ୟୁନିଟି ବଢ଼ାଇବ ଭଳି ଜିନିଷ ସେବନ କରିବା ପାଇଁ ମଧ୍ୟ କହୁଛନ୍ତି । ଏଭଳି ପରିସ୍ଥିତିରେ କିଛି ଖାଦ୍ୟ ରହିଛି ଯାହାକୁ ସେବନ କରିବା ଦ୍ୱାରା ଶରୀରରେ ଉନ୍ନତି ଆସିବା ସହିତ ଇମ୍ୟୁନିଟି ବଢ଼ିବାରେ ସାହାଯ୍ୟ କରିବ ଓ ଓମିକ୍ରନ ସହିତ ଲଢ଼ିବାରେ ମଧ୍ୟ ସହାୟକ ହେବ ।

ତେବେ ଇମ୍ୟୁନିଟି ବଢ଼ାଇବା ଭଳି ଜିନିଷ ବଢ଼ାଇବା ଭଳି ୮ଟି ଜିନିଷ ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଆପଣ ମାନେ ନିତିଦିନିଆ ଖାଦ୍ୟରେ ଏହି ୮ଟି ସୁପରଫୁଡ୍ କୁ ମିଶାନ୍ତୁ । ସେଗୁଡ଼ିକୁ ହେଉଛି ଘିଅ, କନ୍ଧମୁଳ, ଅଁଳା, ଖଜୁରୀ, ଗୁଡ଼, ବାଜରା, ଅଦା ଓ ଖଟା ଫଳ । ଏହି ୮ଟି ଜିନିଷକୁ ଦୈନିନ୍ଦିନ ଖାଦ୍ୟ ସାରଣୀରେ ରଖନ୍ତୁ । କାରଣ ଏହି ୮ଟି ଜିନିଷରେ ପୋଷକତତ୍ତ୍ୱ ଭରପୁର ମାତ୍ରାରେ ରହିଛି । ନ୍ୟୁଟ୍ରିସନ୍, ଭିଟାମିନ୍, ମିନେରାଲ୍ ମଧ୍ୟ ଉପଯୁକ୍ତ ପରିମାଣରେ ରହିଛି ।