fbpx

ଶୀତଦିନେ ଏହିମାନେ ହୋଇଥାନ୍ତି ହୃଦଘାତର ଶିକାର, ବିଶେଷଜ୍ଞଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସୁରକ୍ଷିତ

AAKASH

ନୂଆଦିଲ୍ଲୀ: ଶୀତଦିନ ସ୍ୱାସ୍ଥ୍ୟ ପାଇଁ ଯେତିକି ଭଲ ହୋଇଥାଏ ସେତିକି ରୋଗ ମଧ୍ୟ ସାଥିରେ ଆଣି ଆସିଥାଏ । ଏହିଦିନେ ହୃଦରୋଗ ସମସ୍ୟା ବେଶୀ ବଢିଯାଇଥାଏ । ଥଣ୍ଡାଦିନେ ରକ୍ତଚାପ ଓ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ପାଇବା ଦ୍ୱାରା ହୃଦରୋଗର ଆଶଙ୍କା ବଢିଯାଏ । ଫଳରେ ହୃଦଘାତ ହେବାର ଆଶଙ୍କା ମଧ୍ୟ ବହୁଗୁଣ ବଢିଯାଏ । ନିକଟରେ ଜାରି ହୋଇଥିବା ଏକ ରିପୋର୍ଟ ଅନୁସାରେ ଶୀତ ଦିନେ ସକାଳ ସମୟରେ ହୃଦଘାତ ମାମଲା ୫୩%ରୁ ଅଧିକ ରହିଥାଏ । ତେବେ ଏହି କ୍ରମରେ ଆସନ୍ତୁ ଜାଣିବା କେଉଁମାନଙ୍କୁ ଶୀତଦିନେ ହୃଦଘାତ ହେବାର ଆଶଙ୍କା ଅଧିକ ରହିଥାଏ ଓ କେଉଁମାନେ ନିଜ ସ୍ୱାସ୍ଥ୍ୟକୁ ନେଇ ସାବଧାନ ରହିବା ଜରୁରୀ ।

ଶୀତଦିନେ ମଧ୍ୟବୟସ୍କ ଲୋକମାନେ ନିଜ ସ୍ୱାସ୍ଥ୍ୟକୁ ନେଇ ଅଧିକ ସାବଧାନ ରହିବା ଉଚିତ । ଯେଉଁମାନଙ୍କ ବୟସ ୪୫ କିମ୍ବା ଏହାଠାରୁ ଅଧିକ ସେମାନଙ୍କ କ୍ଷେତ୍ରରେ ହୃଦଘାତର ସମ୍ଭାବନା ବହୁଗୁଣ ବଢିଯାଇଥାଏ । ସେହିପରି ୫୫ ବର୍ଷ କିମ୍ବା ଏହାଠାରୁ ଅଧିକ ବୟସର ମହିଳାଙ୍କୁ ହୃଦଘାତ ହେବାର ସମ୍ଭାବନା ଅଧିକ ରହିଥାଏ । ସେହିପରି ଯେଉଁମାନେ ଅଧିକ ମାତ୍ରାରେ ଧୂମପାନ କିମ୍ବା ନିଶାଦ୍ରବ୍ୟ ସେବନ କରିଥାନ୍ତି ସେମାନଙ୍କୁ ମଧ୍ୟ ହୃଦଘାତ ହେବାର ସମ୍ଭାବନା ଅଧିକ ରହିଥାଏ । ଏମାନଙ୍କ ହାର୍ଟରେ ବ୍ଲଡ ପହଞ୍ଚାଉଥିବା ଶିରା ପ୍ରଶିରା ବ୍ଲକ ହୋଇଯାଏ । ଯଦି ଆପଣ ଜଣେ ଉଚ୍ଚରକ୍ତଚାପ ରୋଗୀ ତେବେ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । ସେହିପରି ମୋଟାପା, ହାଇ କୋଲେଷ୍ଟ୍ରଲ ଓ ଡାଇବେଟିସ୍ ରୋଗରେ ପୀଡିତ ବ୍ୟକ୍ତି ଶୀତଦିନେ ଅଧିକ ହୃଦଘାତର ଶିକାର ହୋଇଥାନ୍ତି । ଆପଣଙ୍କ ପରିବାରରେ କାହାର ଏହିସବୁ ରୋଗ ରହିଥିଲେ ସେମାନଙ୍କ କ୍ଷେତ୍ରରେ ହୃଦଘାତ ଆସିବାର ସମ୍ଭାବନା ବଢିଯାଇଥାଏ ।

Get real time updates directly on you device, subscribe now.