fbpx

ଅଗଷ୍ଟ ପହିଲାରୁ ବଦଳିଯିବ ଏହିସବୁ ନିୟମ: LPG ଗ୍ୟାସ, କ୍ରେଡିଟ କାର୍ଡ ସହ Google Mapsରେ ବି ପରିବର୍ତ୍ତନ!

ଓଡ଼ିଶା ଭାସ୍କର: ଆଜି ଜୁଲାଇ ମାର ଶେଷ ଦିନ, ଆସନ୍ତାକାଲି ଠାରୁ ଆରମ୍ଭ ହେବ ବର୍ଷର ଅଷ୍ଟମ ମାସ ଅଗଷ୍ଟ । ତେବେ ନୂଆ ମାସ ସାଙ୍ଗକୁ ଅନେକ ଜିନିଷରେ ନୂଆ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିବ । ବିଭିନ୍ନ ବିଭାଗରେ ପରିବର୍ତ୍ତନ ନେଇ ଆସିବ ଅଗଷ୍ଟ ମାସ । ଏହି ପରିବର୍ତ୍ତନ ସାଧାରଣ ଲୋକଙ୍କ ରୋଷେଇ ଘରୁ ଆପଣଙ୍କ ମୋବାଇଲରେ ଥିବା ଗୁଗଲ ମ୍ୟାପ୍ ଉପରେ ମଧ୍ୟ ପ୍ରଭାବ ପକାଇପାରେ । ଏଥିରେ ଏଲପିଜି ସିଲିଣ୍ଡରର ମୂଲ୍ୟ, କ୍ରେଡିଟ କାର୍ଡ ନିୟମ ଇତ୍ୟାଦିରେ ମଧ୍ୟ ପରିବର୍ତ୍ତନ ହୋଇପାରେ । ତେବେ ଅଗଷ୍ଟ ମାସରୁ କେଉଁ ସବୁ କ୍ଷେତ୍ରରେ ପରିବର୍ତ୍ତନ ହେବ?

  • LPG ମୂଲ୍ୟ: ଅଏଲ ମାର୍କେଟିଙ୍ଗ କମ୍ପାନୀ ପ୍ରତ୍ୟେକ ମାସର ପ୍ରଥମ ଦିନ ଏଲପିଜି ସିଲିଣ୍ଡର ମୂଲ୍ୟରେ ସଂଶୋଧନ କରିଥାଏ । ଅଗଷ୍ଟ ୧ ତାରିଖରେ ମଧ୍ୟ ଏହି ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଗତ କିଛି ମାସରେ ୧୯ କେ.ଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ୍ ପରିବର୍ତ୍ତନ କରାଯାଇଛି । କିନ୍ତୁ ୧୪ କେ.ଜି ଘରୋଇ ଗ୍ୟାସ ସିଲିଣ୍ଡର ଦୀର୍ଘ ସମୟ ପର୍ୟ୍ୟନ୍ତ ସ୍ଥିର ରହିଛି । ତେବେ ଲୋକସଭା ନିର୍ବାଚନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରରେ ଏହି ମୂଲ୍ୟ ହ୍ରାସ ଦେଖିବାକୁ ମିଳିପାରେ ।
  • CNG-PNG ରେଟ୍: ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ଏଟିଏଫ ଏବଂ ସିଏନଜି-ପିଏନଜି ମୂଲ୍ୟରେ ମଧ୍ୟ ପରିବର୍ତ୍ତନ କରିଥାଏ । ତେଣୁ ଅଗଷ୍ଟ ପ୍ରଥମ ଦିନ ଏହାର ନୂଆ ମୂଲ୍ୟ ଘୋଷଣା କରିପାରନ୍ତି ଅଏଲ ମାର୍କେଟିଙ୍ଗ କମ୍ପାନୀ ।
  • Credit Card ନିୟମରେ ପରିବର୍ତ୍ତନ: ଅଗଷ୍ଟ ପହିଲାରୁ ଏଚଡିଏଫସି ବ୍ୟାଙ୍କ କ୍ରେଡିଟ କାର୍ଡ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି । ନୂଆ ମାସରୁ କ୍ରେଡିଟ କାର୍ଡଧାରୀମାନଙ୍କୁ ଥାର୍ଡ ପାର୍ଟି ପେମେଣ୍ଟ ଜରିଆରେ ସମସ୍ତ ରେଣ୍ଟାଲ ଟ୍ରାଞ୍ଜାକ୍ସନରେ ଆମାଉଣ୍ଟର ୧% ଆଦାୟ କରାଯିବ । ଏହାର ସର୍ବାଧିକ ସୀମା ୩,୦୦୦ ଟଙ୍କା ପ୍ରତି ଟ୍ରାଞ୍ଜାକ୍ସନ ରହିଛି । ତେବେ ପେଟିଏମ୍, କ୍ରେଡ ଏବଂ ମୋବିକ୍ୱିକ୍ ଭଳି ଥାର୍ଡ ପାର୍ଟି ପେମେଣ୍ଟ ଆପ୍ ଜରିଆରେ ରେଣ୍ଟାଲ ଟ୍ରାଞ୍ଜାକ୍ସନ ହୋଇପାରିବ । ତେବେ ୫୦ ହାଜରରୁ କମ୍ ଟ୍ରାଞ୍ଜାକ୍ସନ ଉପରେ କୌଣସି ଶୁଳ୍କ ଲାଗୁ କରାଯିବ ନାହିଁ । ସେହିପରି ଫୁଏଲ ଟ୍ରାଞ୍ଜାକ୍ସନ ପାଇଁ ୧୫ ହଜାରରୁ ଅଧିକ ଟ୍ରାଞ୍ଜାକ୍ସନ ପାଇଁ ୧% ଶୁଳ୍କ ଦେବାକୁ ହେବ । କ୍ରେଡ, ପେଟିଏମ ଇତ୍ୟାଦି ଥାର୍ଡ ପାର୍ଟି ଆପ୍ ଜରିଆରେ ପେମେଣ୍ଟ କଲେ ୧% ଶୁଳ୍କ ଲାଗୁ ହେବ ।
  • Google Maps: ଅଗଷ୍ଟ ମାସରୁ ଗୁଗଲ ମ୍ୟ।।୍ପସରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ଆସନ୍ତା ମାସରୁ ଟେକ୍ କମ୍ପାନୀ ନିଜ ସର୍ଭିସ ଚାର୍ଜ ୭୦% ପର୍ଯ୍ୟନ୍ତ କମ୍ କରିବାକୁ ଯାଉଛି । ଏହାଦ୍ୱାରା ଅଧିକରୁ ଅଧିକ ସର୍ଭିସ ପ୍ରୋଭାଇଡର୍ସ ଗୁଗଲ ମ୍ୟାପ୍ ବ୍ୟବହାର କରିପାରିବେ । ଏଥିପାଇଁ କମ୍ପାନୀ ଗୁଡ଼ିକରୁ ଭାରତୀୟ ମୁଦ୍ରାରେ ପେମେଣ୍ଟ ସ୍ୱୀକାର କରାଯିବ । ତେବେ ସାଧାରଣ ୟୁଜରଙ୍କ ପାଇଁ କୌଣସି ଚାର୍ଜ ଲାଗୁ ହେବ ନାହିଁ ।
  • FashTag ନିୟମ ବଦଳିବ: ଅଗଷ୍ଟ ୧ ତାରିଖରୁ ଫାଷ୍ଟାଗ୍ ନିୟମ ମଧ୍ୟ ବଦଳିବାକୁ ଯାଉଛି । ଅଗଷ୍ଟ ପହିଲାରୁ ଫାଷ୍ଟାଗରେ କେୱାଇସି ଅନିବାର୍ଯ୍ୟ ହେବ । ଏହି ଦିନରୁ କମ୍ପାନୀଗୁଡ଼ିକୁ ଏନପିସିଆଇ ନିୟମ ପାଳନ କରିବାକୁ ହେବ । ଏଥିରେ ୩-୫ ବର୍ଷ ପୁରୁଣା ଫାଷ୍ଟାଗ୍ ପାଇଁ କେୱାଇସି ଅପଡେଟ କରିବା ଏବଂ ୫ ବର୍ଷରୁ ଅଧିକ ପୁରୁଣା ଫାଷ୍ଟାଗକୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ପରିବର୍ତ୍ତନ କରିହେବ ।

Get real time updates directly on you device, subscribe now.