fbpx

ବଡ ଖବର: IPLରେ ପ୍ରଥମରୁ ଖେଳିବେନି ଏହି ଷ୍ଟାର ଖେଳାଳି: ଅନେକ ଦଳକୁ ଲାଗିଲା ଝଟକା

ନୂଆଦିଲ୍ଲୀ: ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ମହାକୁମ୍ଭ । ଏଥିପାଇଁ ସମସ୍ତ ଦଳ ଏବଂ ଏହାର ଖେଳାଳି ନିଜ ନିଜ ପ୍ରସ୍ତୁତି ଜାରି ରଖିଛନ୍ତି । କିନ୍ତୁ ଟୁର୍ଣ୍ଣାମେଣ୍ଟର କିଛି ଦିନ ପୂର୍ବରୁ କ୍ରିକେଟ ସାଉଥ ଆଫ୍ରିକା ଦେଇଛି ବଡ ଝଟକା । ଦକ୍ଷିଣ ଆଫ୍ରିକାର ଅନେକ ଖେଳାଳି ଆଇପିଏଲରେ ପ୍ରଥମ କିଛି ମ୍ୟାଚ ପାଇଁ ଉପଲବ୍ଧ ରହିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି । ଏହି ତାଲିକାରେ ଅନେକ ଷ୍ଟାର ଖେଳାଳିଙ୍କ ନାଁ ସାମିଲ ଥିବା ବେଳେ ଏମାନଙ୍କ ବ୍ୟତୀତ ଅଭିଯାନ ଆରମ୍ଭ କରିବେ ଅନେକ ଦଳ ।

We will look to feed off IPL regulars De Kock and Miller for India series,  says

ତେବେ ଆଇପିଏଲର ପ୍ରଥମ ମ୍ୟାଚ ଖେଳିପାରିବେନି ସାଉଥ ଆଫ୍ରିକାର ୯ ଜଣ ଖେଳାଳି । ବର୍ତ୍ତମାନ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ବ୍ୟସ୍ତ ଥିବା ବେଳେ ଏହାପରେ ନେଦରଲାଣ୍ଡ ବିପକ୍ଷରେ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଦିନିକିଆ ମ୍ୟାଚ ଖେଳିବ ସାଉଥ ଆଫ୍ରିକା । ତେଣୁ ଆଇପିଏଲର ଅଧିକାଂଶ ଦଳ ଏଥିପାଇଁ ଭୟଙ୍କର ପରିଣାମ ଭୋଗିବାକୁ ଯାଉଛନ୍ତି । ତେବେ ସନରାଇଜର୍ସ ହାଇଦ୍ରାବାଦକୁ ଏହି ଖବର ବହୁତ ବଡ ଝଟକା ଦେଇଛି । ସାଉଥ ଆଫ୍ରିକାର ଏଡେନ ମାର୍କରମ ହାଇଦ୍ରାବାଦ ଦଳର ଅଧିନାୟକ ପଦରେ ରହିଥିବା ବେଳେ ପ୍ରଥମ ସପ୍ତାହରେ ସେ ଉପଲବ୍ଧ ରହିବେ ନାହିଁ । ତେଣୁ ହାଇଦ୍ରାବାଦକୁ ବର୍ତ୍ତମାନ ଅନ୍ୟ ଜଣେ ଅଧିନାୟକ ନିୟୋଜିତ କରିବାକୁ ପଡିବ । ଏହି ତାଲିକାରେ ମୟଙ୍କ ଅଗ୍ରୱାଲ ଏବଂ ଭୁବନେଶ୍ୱର କୁମାରଙ୍କ ନାମ ଖୁବ ଆଗରେ ରହିଛି । ଏହାବ୍ୟତୀତ ଦଳର ହେନରୀ କ୍ଲାସେନ ଏବଂ ମାର୍କୋ ଜାନସେନ ମଧ୍ୟ ଅନୁପସ୍ଥିତ ରହିବେ ।

Sunrisers Hyderabad's Aiden Markram Expresses IPL Captaincy Ambitions

ତେବେ ଏମାନଙ୍କ ବ୍ୟତୀତ ଦିଲ୍ଲୀ କ୍ୟାପିଟାଲ୍ସର ଦୁଇ ପ୍ରମୁଖ ଖେଳାଳି ଏନରିକ ନୋକିଆ ଏବଂ ଲୁଙ୍ଗୀ ଏନଗିଡି ଆଇପିଏଲ ପାଇଁ ପ୍ରଥମ ସପ୍ତାହରେ ଉପଲବ୍ଧ ରହିବେ ନାହିଁ । ସେହିପରି ଗତବର୍ଷର ଚମ୍ପିଆନ ଗୁଜୁରାଟ ଟାଇଟନ୍ସର ମ୍ୟାଚ ୱିନର ଖେଳାଳି ଡାଭିଡ ମିଲର ଟୁର୍ଣ୍ଣାମେଣ୍ଟର ଅଧାରେ ଦଳ ସହିତ ଯୋଡି ହେବେ । ସେହିପରି ଲକ୍ଷେ୍ନø ସୁପର ଜିଆଣ୍ଟସର ଷ୍ଟାର ଓପନର କ୍ୱିଣ୍ଟନ ଡି’କକ୍ ପ୍ରଥମ ସପ୍ତାହ ପାଇଁ ରାହୁଲଙ୍କ ହାତ ଛାଡିଛନ୍ତି । ସେପଟେ ପଞ୍ଜାବ କିଙ୍ଗସର କାଗିସୋ ରାବାଡା ମଧ୍ୟ ପ୍ରଥମ ସପ୍ତାହରେ ନେସନାଲ ଡ୍ୟୁଟିରେ ବ୍ୟସ୍ତ ରହିବେ ତେଣୁ ଦଳକୁ ତାଙ୍କର ବିକଳ୍ପ ଖୋଜିବାକୁ ପଡିବ । ତେବେ ଶେଷରେ ଚେନ୍ନାଇ ସୁପର କିଙ୍ଗସରେ କାଏଲ ଜାମିସନଙ୍କ ସ୍ଥାନରେ ଯୋଡି ହୋଇଥିବା ସିସନ୍ଦା ମଙ୍ଗଲା ମଧ୍ୟ ଉପଲବ୍ଧ ରହିବେ ନାହିଁ । ତେବେ ଏହାର ଧୋନୀଙ୍କ ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ ।

South Africa-Pakistan T20I series to be played under the shadow of IPL |  Deccan Herald

Get real time updates directly on you device, subscribe now.