fbpx
BSKY
BJD SHG SKY
BJD YOUTH SKY

ଆଜିଠାରୁ ଏହି ପରିବା ଖାଇବା ଆରମ୍ଭ କରନ୍ତୁ, କରୋନା ସଙ୍କଟରେ ବଢାଇବ ଇମ୍ୟୁନିଟି ପାୱାର

କରୋନା ସଙ୍କଟ ସମୟରେ ଇମ୍ୟୁନିଟି ପାୱାରକୁ ବୃଦ୍ଧି କରିବାକୁ ସୁସ୍ଥ ଖାଦ୍ୟ ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ । ଏହି ସମୟରେ ଆପଣଭ୍କୁ ଏପରି ଖାଦ୍ୟ ଗ୍ରହଣ କରିବାର ଦରକାର, ଯେଉଁଥିରେ ପୋଟାସିୟମ ଆଇରନ୍ ଓ ମାଗ୍ନେସିୟମରୁ ପୋଷକ ତତ୍ୱ ମିଳିପାରିବ । ତେବେ ଆସନ୍ତୁ ଜାଣିବା କିଛି ପରିବା ସମ୍ପର୍କରେ, ଯାହାକୁ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଫାଇଦା ହେବ ।

୧-ସବୁଜ ବିନ୍ସରେ ଭରପୂର ମାତ୍ରାରେ କ୍ୟାଲସିୟମ ଓ ଭିଟାମିନ ଆଇରନ୍ ରହିଛି । ଏହି ଉପାଦାନଗୁଡିକ ହାଡକୁ ମଜଭୁତ କରିବା ପାଇଁ ସହାୟକ ହେବ । ଏହାକୁ ଖାଇବା ଦ୍ୱାରା ରକ୍ତର ଉତ୍ପାଦନ ବୃଦ୍ଧି ହେବା ସହ ହିମୋଗ୍ଲୋବିନ ପରିମାଣ ବୃଦ୍ଧି ପାଇଥାଏ । ଏଥିରୁ ଭରପୂର ମାତ୍ରାରେ ଆଇରନ୍ ମିଳିଥାଏ ।

୨-କଲରାକୁ ଅନେକ ଲୋକ ଖାଇବାକୁ ପସନ୍ଦ କରନ୍ତି ନାହିଁ । ଏହା ପିତା ଲାଗିଥାଏ ସତ, କିନ୍ତୁ ପିତା ପନିପରିବା ହିଁ ରକ୍ତକୁ ସଫା କରିବାରେ ସାହାର୍ଯ୍ୟ କରିଥାନ୍ତି । ମଧୁମେହ ରୋଗୀ ସର୍ବଦା କଲରା ଖାଇବା ଉଚିତ୍ ।

୩-ମୂଳା ମଧ୍ୟ ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ । ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ଏହା ସାହାର୍ଯ୍ୟ କରିଥାଏ ।

Get real time updates directly on you device, subscribe now.