ନିଷ୍ଠୁରତାର ସବୁ ସୀମା ପାର, ଯୁବକଙ୍କ ଆଖିରେ ଏସିଡ୍ ଢ଼ାଳିଲେ, ଗୁପ୍ତାଙ୍ଗ କାଟିଲେ, ଗଛରେ ଫାଶୀ ଦେଇଦେଲେ

ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ। ଗାଁ ଲୋକ ଏପରି ଦର୍ଦନାକ ହତ୍ୟାକାଣ୍ଡ ପଛର ମୁଖ୍ୟ ଅଭିଯୁକ୍ତ।

ଉତ୍ତରପ୍ରଦେଶ:  ନିଷ୍ଠୁରତାର ସବୁ ସୀମା ପାର। ପ୍ରଥମେ ଯୁବକଙ୍କ ଆଖିରେ ଏସିଡ୍ ଢ଼ାଳି ତାଙ୍କୁ ଅନ୍ଧ କରିଦେଲେ। ଆଉ ପିଡୀତ ଯୁବକ ଜଣଙ୍କ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ, ତାଙ୍କ ଗୁପ୍ତାଙ୍ଗ କାଟି ତାଙ୍କୁ ଆହୁରି କଷ୍ଟ ଦେଲେ। ଏତିକିରେ ମନ ଶାନ୍ତି ହେଲାନି ଯେ, ଶେଷରେ ତାଲିବାନି ପରି ଫାଶୀ ଦେଇ ହତ୍ୟା କଲେ।

ଆଉ ଯୁବକଜଣଙ୍କର ଏପରି ଲୋମହର୍ଷକାରୀ ହତ୍ୟାକାଣ୍ଡ ଦେଖି ପରିବାର ଲୋକଙ୍କ ଛାତି ଫାଟିଯାଉଛି।  ହବନି ବା କେମିତି ଏପରି ଛାତିଥରା ଘଟଣା ସମ୍ପର୍କରେ ଯିଏ ଶୁଣିବା ତାର ଲୋମମୂଳ ଟାଙ୍କୁରି ଉଠିବ।

ଅନ୍ଧ କଲେ ଗୁପ୍ତାଙ୍ଗ କାଟିଲେ:  ତେବେ ସୂଚନା ଅନୁଯାୟୀ, ଥରିଆନଭ ଥାନା ଅଞ୍ଚଳର ହଂସୱା ଆଉଟପୋଷ୍ଟ ଅଞ୍ଚଳରେ କିଛି ଅସାମାଜିକ ଯୁବକ ଜଣେ ଯୁବକଙ୍କୁ ଜଙ୍ଗଲକୁ ଉଠାଇ ନେଇଥିଲେ।

ଏହାସହ ଯୁବକଙ୍କ ଆଖିରେ ଏସିଡ୍ ଢ଼ାଳି ତାଙ୍କ ଆଖି ନଷ୍ଟ କରିଦେଇଥିଲେ।  ଏତିକିରେ ଗୁଣ୍ଡାମାନଙ୍କର ବର୍ବରତାର ଅନ୍ତ ହୋଇନଥିଲା। ଆଖି ନଷ୍ଟ କରିବା ପରେ ଯୁବକଙ୍କ ଗୁପ୍ତାଙ୍ଗକୁ ଏକ ବାଡିରେ ଜୋରେ ପିଟିପିଟି ରକ୍ତାକ୍ତ କରିବା ପରେ କାଟି ଦେଇଥିଲେ। ଆଉ ଶେଷରେ ତାଲିବାନି ଶୈଳୀରେ ଯୁବକଙ୍କୁ ବବୁରୀ ଗଛରେ ଟାଙ୍ଗି ଦେଇଥିଲେ।

ମୃତଦେହ ଉଦ୍ଧାର:  ପୋଲିସର କହିବା କଥା, ସୁବାଦାରକା ପୂର୍ବା ଗ୍ରାମର ବାସିନ୍ଦା ରାମଭବନଙ୍କ ପୁଅ ପୁତ୍ତନ ଯାଦବ ଗତକାଲି ରାତି ପ୍ରାୟ ୧୦ଟାରେ ରାତ୍ରୀ ଭୋଜନ କରି ଘରୁ ବାହାରକୁ ଆସିଥିଲେ। କିନ୍ତୁ ଆଉ ସେ ଫେରି ନଥିଲେ। ପରେ ଘରକୁ ଫେରିବାରେ ବିଳମ୍ୱ ହେବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ।

କିନ୍ତୁ ସେମାନେ କୌଣସି ସୁରାକ ପାଇ ନଥିଲେ। ହେଲେ ଆଜି ଅପରାହ୍ନରେ, ଯେତେବେଳେ ଗାଁର ଜଣେ ଛେଳି ଚରାଳି ଜଙ୍ଗଲକୁ ଛେଳି ନେଇ ଯାଇଥିଲେ, ସେତେବେଳେ ଏକ ଗଛରେ ପୁତ୍ତନ ଯାଦବଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ। ଏବଂ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ଗାଁ ଲୋକଙ୍କ ଉପରେ ସନ୍ଦେହ:  ମୃତକଙ୍କ ଭାଇ ସୋନୁ ଯାଦବ କହିଛନ୍ତି ଯେ ବର୍ତ୍ତମାନର କାଉନସିଲର ବିବେକ ଯାଦବ, ଗୁଡ୍ଡୁ, ଦିନେଶ, ଭୁରା, ଶାନି ଦୁଇ ଦିନ ପୂର୍ବରୁ ଏକ ଛୋଟ କଥାକୁ ନେଇ ତାଙ୍କ ଭାଇକୁ ମାଡ଼ ମାରିଥିଲେ। ଏହା ପରେ ଆପୋଷ ସମାଧାନ ହୋଇଥିଲା।

ମଙ୍ଗଳବାର ଅପରାହ୍ନରେ ଏହି ଲୋକମାନେ ତାଙ୍କ ଭାଇକୁ ପୁଣି ମାଡ଼ ମାରିଥିଲେ। ପୋଲିସ ଘଟଣାସ୍ଥଳକୁ ଆସିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା।

ମୃତକଙ୍କ ଭାଇ ସୁନୀଲ କୁମାର ଏବଂ ଭଣଜା କରଣ ଯାଦବ ଅଭିଯୋଗ କରିଛନ୍ତି ଯେ ଗ୍ରାମ ପରିଷଦ ତାଙ୍କ ଭାଇଙ୍କ ଆଖିରେ ଏସିଡ୍ ଢାଳି ହତ୍ୟା କରିଛନ୍ତି ଏବଂ ତାଙ୍କ ଗୁପ୍ତାଙ୍ଗକୁ କାଟି ଦେଇଛନ୍ତି। ଏବଂ ହତ୍ୟା କରି ଗଛରେ ଟାଙ୍ଗି ଦେଇଛନ୍ତି।

କାଉନସିଲର ବିବେକ ଯାଦବ ଏବଂ ୬ ଜଣ ଲୋକଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରାଯାଇଛି। ପୋଲିସ କହିଛି ଯେ ଘଟଣାର ତଦନ୍ତ ଚାଲିଛି।