fbpx

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏଣିକି ଗାଡ଼ିର ଥାର୍ଡ ପାର୍ଟି ବୀମା କରିବା ବାଧ୍ୟତାମୂଳକ, ନଚେତ୍ ଜେଲ୍

Advertisement

ନୂଆଦିଲ୍ଲୀ: ସମସ୍ତ ଗାଡ଼ି ଚାଳକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏଣିକି ଗାଡ଼ିର ଥାର୍ଡ ପାର୍ଟି କରିବା ବାଧ୍ୟତାମୂଳକ । ନଚେତ୍ ଆପଣମାନେ ଜେଲ୍ ଯାଇ ପାରନ୍ତି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ମୁତାବକ, ବୈଧ ମୋଟର ଥାର୍ଡ ପାର୍ଟି ବୀମା ବିନା ମୋଟରଗାଡ଼ି ଚଳାଇବା ଏକ ଦଣ୍ଡନୀୟ ଅପରାଟ ଅଟେ । ମୋଟର ଯାନ ଆକ୍ଟ, ୧୯୮୮ର ଧାରା ୧୪୬ ଅନୁସାରେ, ଭାରତୀୟ ସଡ଼କରେ ଚାଲୁଥିବା ସମସ୍ତ ଗାଡ଼ିଗୁଡ଼ିକ ପାଇଁ ଥାର୍ଡ ପାର୍ଟି ବୀମା ନେବା ବାଧ୍ୟତାମୂଳକ ହେବ । ଫଳରେ ତୃତୀୟ ପକ୍ଷଙ୍କ କ୍ଷତିକୁ ଭରଣା କରାଯାଇ ପାରିବ ।

ଥାର୍ଡ ପାର୍ଟି ବୀମା ଏବେ ଆଇନଗତ ଆବଶ୍ୟକତା ହେବା ସହିତ ଲୋକଙ୍କୁ ଦାୟିତ୍ୱବାନ ସଡ଼କ ଉପଯୋଗକର୍ତ୍ତା କରାଇବା କ୍ଷେତ୍ରରେ ଏହା ଏକ ବଡ଼ ପଦକ୍ଷେପ । ଏଣିକି ଥାର୍ଡ ପାର୍ଟି ବୀମା ବିନା ନିଜେ ଗାଡ଼ି ଚଳାଇବା ବା ଚଳାଇବାକୁ ଅନୁମତି ଦେବା ଆପଣଙ୍କୁ ସମସ୍ୟାରେ ପକାଇପାରେ । ଏପରି ସ୍ଥଳେ ଲୋକଙ୍କୁ ଆଇନ ଉଲ୍ଲଂଘନ କରିବା ପାଇଁ ଜରିମାନା ସହିତ ଜେଲ ମଧ୍ୟ ଯିବାକୁ ପଡ଼ିପାରେ । ପ୍ରଥମ ଥର ଅପରାଧ ହେଲେ ୩ ମାସ ପର୍ଯ୍ୟନ୍ତ ଜେଲ ଓ ୨ ହଜାର ଟଙ୍କା ଜରିମାନା ଲାଗୁ ହେବ । ସେହିପରି ଦ୍ୱିତୀୟ ଥର ଭୁଲ୍ କଲେ ୩ ମାସ ପର୍ଯ୍ୟନ୍ତ ଜେଲ ସହିତ ୪ ହଜାର ଟଙ୍କା ଜରିମାନା ଲାଗୁ ହୋଇପାରେ ।

Get real time updates directly on you device, subscribe now.