fbpx

ଏବେ ଜୁନିୟର ଟିମ ପ୍ରସ୍ତୁତ କରିବେ ଟିମ ଇଣ୍ଡିଆର ଏହି ସୁପରଷ୍ଟାର ଖେଳାଳି: ମାଆଙ୍କ ହାତରେ କଲେ ଶୁଭାରମ୍ଭ

ନୂଆଦିଲ୍ଲୀ: ଏବେ ଜୁନିୟର ଖେଳାଳିମାନଙ୍କୁ ପ୍ରସ୍ତୁତ କରିବେ ଇଣ୍ଡିଆନ କ୍ରିକେଟ ଟିମର ଷ୍ଟାର ଖେଳାଳି ହନୁମା ବିହାରୀ । ସେଣ୍ଟ ଜନ୍ସ ସ୍ପୋର୍ଟସ ଫାଉଣ୍ଡେସନକୁ ୨ ଲକ୍ଷ ଟଙ୍କାର ଦାନ କରିଛନ୍ତି ଟିମ ଇଣ୍ଡିଆର ଏହି ଷ୍ଟାର ଖେଳାଳି । କେବଳ ସେତିକି ନୁହେଁ ୨୦ ଜଣ ଖେଳାଳିଙ୍କୁ ସ୍ପନସର କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି । ହନୁମା ବିହାରୀଙ୍କ ଏହି ନିଷ୍ପତ୍ତି ପରେ ଏବେ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି ।

India vs West Indies: Hanuma Vihari's ton and a fifty helps him join Sachin  Tendulkar in elite list

ଭାରତୀୟ କ୍ରିକେଟ ଟିମର ପୂର୍ବତନ କୋଚ ରବି ଶାସ୍ତ୍ରୀ ଏବଂ ସହଯୋଗୀ ଷ୍ଟାଫ ଭରତ ଅରୁଣ ଏବଂ ଆର ଶ୍ରୀଧରଙ୍କ ସହିତ ମିଶି ସେଣ୍ଟ ଜନ୍ସ ଫାଉଣ୍ଡେସନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କ୍ରିକେଟର ହନୁମା ବିହାରୀ ଫାଉଣ୍ଡେସନକୁ ୨ ଲକ୍ଷ ଟଙ୍କା ଅନୁଦାନ ରାଶି ପ୍ରଦାନ କରିଛନ୍ତି । ମାଆଙ୍କ ହାତରେ ଏହି ଚେକ ସେ ଫାଉଣ୍ଡେସନକୁ ହସ୍ତାନ୍ତର କରିଛନ୍ତି । ଏହା ବ୍ୟତୀତ ୨୦ ଜଣ ଜୁନିୟର ଖେଳାଳିଙ୍କୁ ସେ ସ୍ପନସର କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି । ଏହା ପୂର୍ବରୁ କରୋନା ସମୟରେ ଅନେକ ଲୋକଙ୍କୁ ସାହାଯ୍ୟ କରି ପ୍ରଶଂସାର ପାତ୍ର ହୋଇଥିଲେ ହନୁମା ବିହାରୀ ।

How Hanuma Vihari's Mother Played An Inspiring Role After Husband Died -  Cricket Addictor English | DailyHunt

ଭାରତ ପାଇଁ ଖେଳାଳି ଖୋଜି ବାହାର କରିବା ଏବଂ ସେମାନଙ୍କୁ ପ୍ରସ୍ତୁତ କରିବା ହେଉଛି ଏହି ଫାଉଣ୍ଡେସନର ଉଦ୍ଦେଶ୍ୟ ବୋଲି କହିଛନ୍ତି ପୂର୍ବତନ କୋଚ ରବି ଶାସ୍ତ୍ରୀ । ଏଠାକୁ ଆସୁଥିବା ଖେଳାଳିମାନଙ୍କୁ କୋଚିଙ୍ଗ ବ୍ୟତୀତ କାମ, ନେତିକତା ଏବଂ ଅନୁଶାସନ ଉପରେ ଧ୍ୟାନ ଦେବା ସହ ସେମାନଙ୍କୁ ଜଣେ ଚମ୍ପିଆନ ବନିବାର ଗୁଣ ଉପରେ ବିକଶିତ କରାଯିବ ।

Get real time updates directly on you device, subscribe now.