ସାପଠାରୁ ବି ଭୟଙ୍କର ଏହି ଜହରିଲା ବୃକ୍ଷ, ଛୁଇଁବା ଅର୍ଥ ମୃତ୍ୟୁକୁ ଡାକିବା ସହ ସମାନ

News across the Earth, news close to your heart, Read Odisha Bhaskar English

ଅଧିକାଂଶ ଲୋକ ନିଜ ନିଜ ବାଡ଼ି ବଗିଚାରେ ବିଭିନ୍ନ ପ୍ରକାର ବୃକ୍ଷ ଲଗାଇଥାନ୍ତି । ବୃକ୍ଷ ବିନା ମଣିଷର କୌଣସି ଅସ୍ତିତ୍ୱ ନାହିଁ, ଏକଥା ସମସ୍ତେ ଜାଣନ୍ତି । ତେବେ ଏକଥା ସତ୍ୟ ଯେ, ଅଧିକାଂଶ ବୃକ୍ଷ ମଣିଷ ସମାଜ ପାଇଁ ଶୁଭକର ହୋଇଥିଲେ ମଧ୍ୟ କିଛି ବୃକ୍ଷ କ୍ଷତିକାରକ ଅଟନ୍ତି । ଏପରି କିଛି ବୃକ୍ଷ ରହିଛି, ଯାହାକୁ ଛୁଇଁବା ମାତ୍ରେ ମଣିଷ ମୃତ୍ୟୁମୁଖରେ ପଡ଼ିଥାଏ ।

ଲଣ୍ଡନରେ ଏପରି ଏକ କିଲର ଟ୍ରି ଦେଖିବାକୁ ମିଳିଥାଏ । ଏହି ବିଷାକ୍ତ ବୃକ୍ଷର ବୈଜ୍ଞାନିକ ନାମ ହେଉଛି ହେରକିଲମ ମେଣ୍ଟାଗୋଜିଏନମ୍ । ଏହି ବୃକ୍ଷ ବ୍ରିଟେନର ଲଙ୍କାଶାୟର ନଦୀର ତଟଦେଶରେ ଦେଖିବାକୁ ମିଳିଥାଏ । ଏହି ବୃକ୍ଷର ଉଚ୍ଚତା ପ୍ରାୟ ୧୫ ଫୁଟ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ । ବୈଜ୍ଞାନିକଙ୍କ ମତରେ ଏହି ଗଛକୁ ଛୁଇଁବା ମାତ୍ରେ ୪୮ ଘଣ୍ଟା ମଧ୍ୟରେ ଏହାର ସଂକ୍ରମଣ ହୋଇଥାଏ । ଏହି ଗଛଟି ଦେଖିବାକୁ ଯେତିକି ସୁନ୍ଦର, ସେତିକି ଖତରନାକ ମଧ୍ୟ । ଏହି ବୃକ୍ଷକୁ ଥରେ ଛୁଇଁଲେ ଜଣଙ୍କର ଦୃଷ୍ଟିଶକ୍ତି ନଷ୍ଟ ହେବାର ଆଶଙ୍କା ରହିଛି । ଆଜି ପର୍ଯ୍ୟନ୍ତ ଏହି ବୃକ୍ଷର ଭୟଙ୍କର ପ୍ରଭାବରୁ ବର୍ତ୍ତିବା ପାଇଁ କୌଣସି ଔଷଧ ନିର୍ମିତ ହୋଇ ନାହିଁ ।

Get real time updates directly on you device, subscribe now.