fbpx

ବୁମରାହଙ୍କ ସ୍ଥାନ ପୂରଣ କରିବେ ଏହି ଖେଳାଳି! ଚତୁର୍ଥ ଟେଷ୍ଟରେ ମିଳିପାରେ ବଡ଼ ସୁଯୋଗ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ପୂର୍ବରୁ ଦଳରୁ ବାଦ୍ ପଡ଼ିଛନ୍ତି ଦଳର ଉପ-ଅଧିନାୟକ ଜଶପ୍ରୀତ ବୁମରାହ । ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ଏହି ମ୍ୟାଚରେ ବୁମରାହଙ୍କୁ ବିଶ୍ରାମ ଦେବା ପାଇଁ ନିଷ୍ପତ୍ତି ନେଇଛି ଟିମ ମ୍ୟାନେଜମେଣ୍ଟ । ତେବେ ତାଙ୍କ ସ୍ଥାନରେ ମୁକେଶ କୁମାର ଦଳକୁ କମବ୍ୟାକ କରି ସାରିଛନ୍ତି । କିନ୍ତୁ ଚତୁର୍ଥ ଟେଷ୍ଟରେ ଅନ୍ୟ ଜଣେ ଷ୍ଟାର ବୋଲରଙ୍କୁ ସୁଯୋଗ ଦେଇପାରନ୍ତି ଅଧିନାୟକ ରୋହିତ । ଚତୁର୍ଥ ଟେଷ୍ଟରେ ଡେବ୍ୟୁ କରିବା ପାଇଁ ସୁଯୋଗ ପାଇପାରନ୍ତି ଷ୍ଟାର ବୋଲର ଆକାଶ ଦୀପ୍ ।

ରାଞ୍ଚିରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ବୁମରାହ ଦଳର ବିଶ୍ରାମ ନେଇଛନ୍ତି । ତେଣୁ ତାଙ୍କ ସ୍ଥାନରେ ମୁକେଶ କୁମାରଙ୍କୁ ସୁଯୋଗ ମିଳିବ ବୋଲି ଦର୍ଶକ ଆଶାବାଦୀ ରହିଛନ୍ତି । କିନ୍ତୁ ଅଧିନାୟକ ରୋହିତ ଏହି ମ୍ୟାଚରେ ଆକାଶ ଦୀପଙ୍କୁ ଦଳରେ ଡେବ୍ୟୁ କରିବା ପାଇଁ ସୁଯୋଗ ଦେଇପାରନ୍ତି । ଚତୁର୍ଥ ଟେଷ୍ଟରେ ମହମ୍ମଦ ସିରାଜଙ୍କ ସହ ଆକାଶ ଯୋଡ଼ି ସହ ଇଂଲଣ୍ଡ ବିପକ୍ଷରେ ଲଢିପାରନ୍ତି ରୋହିତ । ଏହାପଛରେ କାରଣ ହେଉଛି ଦ୍ୱିତୀୟ ଟେଷ୍ଟରେ ସିରାଜଙ୍କୁ ବ୍ରେକ ଦିଆଯାଇଥିବା ବେଳେ ମୁକେଶ କୁମାର ଦଳରେ ସ୍ଥାନ ପାଇଥିଲେ । କିନ୍ତୁ ଆଶାନୁଯାୟୀ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ ମୁକେଶ । ତେଣୁ ଚତୁର୍ଥ ଟେଷ୍ଟରେ ବୁମରାହଙ୍କ ସ୍ଥାନରେ ଆକାଶ ଦୀପ୍ ଦଳରେ ଡେବ୍ୟୁ କରିପାରନ୍ତି ବୋଲି ଆଶା କରାଯାଉଛି ।

ରେଡ୍ ବଲ୍ କ୍ରିକେଟରେ ଆକାଶଦୀପ୍ ବେଶ୍ ଅଭିଜ୍ଞ ଖେଳାଳି ଭାବରେ ନିଜକୁ ପ୍ରମାଣିତ କରିଛନ୍ତି । ୩୦ଟି ମ୍ୟାଚରୁ ମୋଟ ୧୦୪ ୱିକେଟ ହାସଲ କରି ଟିମ ଇଣ୍ଡିଆ ପାଇଁ ସୁଯୋଗ ପାଇଛନ୍ତି । ରିପୋର୍ଟ ଅନୁସାରେ, ବୁମରାହଙ୍କୁ ବିଶ୍ରାମ ଦେବା ପରେ ଆକାଶ ଦୀପଙ୍କୁ ତାଙ୍କ ବିକଳ୍ପ ବୋଲର ଭାବରେ ନଜରରେ ରଖିଛି ଟିମ ମ୍ୟାନେଜମେଣ୍ଟ । ଇଣ୍ଡିଆ-ଏ ପାଇଁ ଆକାଶ ଦମଦାର ପ୍ରଦର୍ଶନ କରିଛନ୍ତି । ଇଂଲଣ୍ଡ ଲାୟନ୍ସ ବିପକ୍ଷ ୩ଟି ମ୍ୟାଚରୁ ୧୩ଟି ୱିକେଟ ଅକ୍ତିଆର କରିଛନ୍ତି ଆକାଶ ଦୀପ୍ । ତେଣୁ ଚତୁର୍ଥ ଟେଷ୍ଟରେ ଆକାଶ ବୁମରାହଙ୍କ ସ୍ଥାନରେ ଦଳରେ ଡେବ୍ୟୁ କରିବାର ସୁଯୋଗ ପାଇବେ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.