fbpx

ମହାଶିବରାତ୍ରୀରେ ହିଁ ଖୋଲିଥାଏ ଭଗବାନ ଶିବ ଶଙ୍କର ଏହି ମନ୍ଦିର, ପୂରଣ କରନ୍ତି ଭକ୍ତଙ୍କ ମନୋସ୍କାମନା (Watch Video)

ସମଗ୍ର ଦେଶରେ ପ୍ରଭୁ ଭୋଳାଶଙ୍କର ଅନେକ ପ୍ରାଚୀନ ମନ୍ଦିର ରହିଛି । ଆଉ ଏହି ସବୁ ଶିବ ମନ୍ଦିରରେ ଭୋଳା ବାବାଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଛୁଟି ଆସି ଭକ୍ତ । ବର୍ଷ ସାରା ଲାଗିଥାଏ ଭକ୍ତଙ୍କ ଜନଗହଳି । କିନ୍ତୁ ଆମ ଦେଶରେ ଏମିତି ଏକ ଶିବ ମନ୍ଦିର ଅଛି ଯାହା କେବଳ ବର୍ଷକ ଥରେ ମାତ୍ର ଖୋଲିଥାଏ । ତାହା ପୁଣି ମହାଶିବରାତ୍ରୀରେ ।

ମଧ୍ୟପ୍ରଦେଶରେ ରହିଛି ଏହି ମନ୍ଦିର, କୁହାଯାଏ ଦ୍ୱାଦଶ ଶତାବ୍ଦୀରେ ଏହି ମନ୍ଦିର ନିର୍ମାଣ ହୋଇଥିଲା । ପ୍ରାଚୀନ ସୋମେଶ୍ୱର ମହାଦେବ ମନ୍ଦିର ଭାବରେ ଏହି ମନ୍ଦିର ଖୁବ୍ ଜଣାଶୁଣା । ଭଗବାନ ସୋମେଶ୍ୱରଙ୍କ ଦର୍ଶନ ବହୁ ଦୁର୍ଲଭ, ଏବଂ ଏଠରେ ମହାଦେବଙ୍କୁ ଦର୍ଶନ କଲେ ଭାଗ୍ୟଶାଳୀ ହେବା ନେଇ ବିଶ୍ୱାସ କରାଯାଏ ।

ସୋମେଶ୍ୱର ମନ୍ଦିରର କବାଟ କେବଳ ମହାଶିବରାତ୍ରୀରେ ଦିନ ଖୋଲାଯାଇଥାଏ ତାହା ପୁଣି କେବଳ ୧୨ ଘଣ୍ଟା ପାଇଁ ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ । ବିଶ୍ୱାସ ରହିଛି ଯେତେବେଳେ ସୂର୍ଯ୍ୟ ଆଲୋକ ଲିଙ୍ଗ ଉପରେ ପଡ଼େ ଲିଙ୍ଗଟି ସୁନା ରଙ୍ଗପରି ଆଲୋକିତ ହୋଇଥାଏ । ଶ୍ରାବଣ ମାସରେ ମଧ୍ୟ ଭକ୍ତମାନେ ଦୂରରୁ ଦର୍ଶନ କରିବା ସହ ସଂଯୋଗ ହୋଇଥିବା ଏକ ପାଇପରେ ଜଳ ଢ଼ାଳିଥାନ୍ତି ।

କୁହାଯାଏ ସ୍ୱାଧୀନତା ପରେ ରାୟସେନାର ମନ୍ଦିର ଏବଂ ମସଜିଦ ମଧ୍ୟରେ ବିବାଦ ଉପୁଜିଥିଲା ଏବଂ ମନ୍ଦିରରେ ତାଲା ପକାଇଥିଲା ପ୍ରତ୍ନତତ୍ୱ ବିଭାଗ । ଯାହାକୁ ନେଇ ବିବାଦ ମଧ୍ୟ ହୋଇଥିଲା । ତାଲା ଖୋଲିବାକୁ ଅନେକ ଦାବି ମଧ୍ୟ ଉଠିଥିଲା । ତେବେ ୧୯୭୪ ପର୍ଯ୍ୟନ୍ତ କେହି ଏହାକୁ ଖୋଲିପାରିନଥିଲେ । ୧୯୭୪ ରେ ରାୟସେନ ନଗରର ହିନ୍ଦୁ ସମାଜ ଏବଂ ସଂଗଠନ ମିଶି ତାଲା ଖୋଲିବା ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ । ଆଉ ସେତେବେଳର ମୁଖ୍ୟମନ୍ତ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ନିଜେ ପାହାଡ଼ ଉପରେ ଥିବା ଏହି ଶିବ ମନ୍ଦିରର ତାଲା ଖୋଲାଇଥିଲେ ଏବଂ ଏବଂ ମହାଶିବାରାତ୍ରୀ ଦିନ ଏକ ବଡ଼ ମେଳାର ଆୟୋଜନ କରିଥିଲେ । ସେବେଠାରୁ କେବଳ ମହାଶିବରାତ୍ରୀ ଦିନ ଖୋଲିଥାଏ ଏହି ମନ୍ଦିରର କବାଟ ।

ଯଦିଓ ବର୍ଷସାରା କବାଟ ବନ୍ଦ ଥାଏ ତଥାପି ବର୍ଷ ସାରା ଏଠାକୁ ଭକ୍ତମାନେ ଆସିଥାନ୍ତି ଗେଟରୁ ମୁଣ୍ଡିଆ ମାରି ମାନସିକ କରିଥାନ୍ତି ଏବଂ ଗେଟରେ ହିଁ ଏବଂ ଇଚ୍ଛା ପୂରଣ ପାଇଁ ମାନସିକ କରି କପଡ଼ା ବାନ୍ଧିଥାନ୍ତି ।

Get real time updates directly on you device, subscribe now.