fbpx

ODI WC-2023 ପାଇଁ ଘୋଷଣା ହେଲା ଦଳ: ଏହି ଖେଳାଳିଙ୍କୁ ସୁଯୋଗ ଦେଲା କ୍ରିକେଟ ବୋର୍ଡ

Advertisement

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରେ ଭାରତରେ ଆୟୋଜିତ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ ୨୦୨୩ । କିନ୍ତୁ ବର୍ତ୍ତମାନଠୁ ଏଥିପାଇଁ ପ୍ରସ୍ତୁତ ପର୍ଯ୍ୟାୟ ଆରମ୍ଭ ହୋଇସାରିଛି । ୨୦୧୧ ମସିହା ପରେ ପ୍ରଥମ ଥର ପାଇଁ ଭାରତରେ ବିଶ୍ୱକପ ଆୟୋଜନ ହେବାକୁ ଥିବା ବେଳେ ପୁଣିଥରେ ଭାରତ ଏଥିରେ ବିଶ୍ୱବିଜେତା ହେବ ବୋଲି ଆଶା କରାଯାଉଛି । ତେବେ ବିଶ୍ୱକପକୁ ଆହୁରି ପ୍ରାୟ ୫ ମାସ ବାକି ଥିବା ବେଳେ ଏବେଠୁ ଗୋଟିଏ ଟିମ୍ ନିଜ ଦଳ ଘୋଷଣା କରିସାରିଛି ।

ଦିନିକିଆ ବିଶ୍ୱକପ ୨୦୨୩ ପ୍ରସ୍ତୁତି ପ୍ରତ୍ୟେକ ଟିମ୍ ଜାରି ରଖିଛନ୍ତି । ତେବେ ବିଶ୍ୱକପ କ୍ୱାଲିଫାୟାର ମ୍ୟାଚ ଖେଳିବା ପାଇଁ ଦଳ ଘୋଷଣା କରିଛି ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ । ଏହି ଦଳର ଅଧିନାୟକ ପଦ ସାଇ ହୋପଙ୍କୁ ଦିଆଯାଇଥିବା ବେଳେ ଉପଅଧିନାୟକ ଦାୟିତ୍ୱରେ ଅଛନ୍ତି ରୋଭମାନ ପାୱେଲ । ଏହାବ୍ୟତୀତ ନିକୋଲାସ ପୁରନ, ଜାସନ ହୋଲ୍ଡର, କାଇଲ ମାୟର୍ସ ଏବଂ ଅଲଜାରୀ ଜୋସେଫଙ୍କ ଭଳି ଖେଳାଳି ଏହି ଦଳରେ ସୁଯୋଗ ପାଇଛନ୍ତି । ଏହାସହିତ ୱେଷ୍ଟ ଇଣ୍ଡିଜ ଦଳର ନୂଆ କୋଚ ମଧ୍ୟ ନିଯୁକ୍ତ କରିଛି । ପୁରୁଷ ଟିମ୍ ର ନୂଆ ମୁଖ୍ୟ କୋଚ ଭାବରେ ନିଯୁକ୍ତି ପାଇଛନ୍ତି ପୂର୍ବତନ ଖେଳାଳି ଡାରେନ ସାମୀ ଏବଂ ଆଣ୍ଡ୍ରେ କଲି ।

ଜିମ୍ବାୱେରେ ଖେଳାଯିବାକୁ ଥିବା କ୍ୱାଲିଫାୟାର ମ୍ୟାଚରେ ୱେଷ୍ଟଇଣ୍ଡିଜ ମଧ୍ୟ ସାମିଲ ରହିଛି । ବିଶ୍ୱକପ ଖେଳିବା ପାଇଁ କ୍ୱାଲିଫାୟାରରେ ଦ୍ୱିତୀୟ ସ୍ଥାନରେ ରହିବାକୁ ପଡିବ । ନଚେତ୍ ଟିମର ବିଶ୍ୱକପରେ ଖେଳିବାର ସ୍ୱପ୍ନ ସାକାର ନ ହୋଇପାରେ । ଜୁନ ୧୮ ତାରିଖରୁ ଖେଳାଯିବାକୁ ଥିବା ଏହି କ୍ୱାଲିଫାୟାର ମ୍ୟାଚରେ ୧୦ଟି ଟିମ ସ୍ଥାନ ପାଇଛନ୍ତି ।

ବିଶ୍ୱକପ୍ ପାଇଁ ୱେଷ୍ଟଇଣ୍ଡିଜ ଦଳ: ସାଇ ହୋପ୍(ଅଧିନାୟକ), ରୋଭମାନ ପାୱେଲ(ଉପ-ଅଧିନାୟକ), ସମର ବ୍ରୁକ୍ସ, ୟାନିକ କାରିୟା, କିସି କାର୍ଟି, ରୋଷ୍ଟନ ଚେଜ, ଜାସନ ହୋଲ୍ଡର, ଅକୀଲ ହୋସେନ, ଅଲଜାରୀ ଜୋସେଫ, ବ୍ରାଣ୍ଡନ କିଙ୍ଗ, କାଇଲ ମାୟର୍ସ, ଗୁଡାକେଶ ମୋତି, କିମୋ ପଲ, ନିକୋଲାସ ପୁରନ୍ ଏବଂ ରୋମାନିଆ ଶେଫର୍ଡ ।

ତେବେ ଏହାପୂର୍ବରୁ ୱେଷ୍ଟଇଣ୍ଡିଜ ୟୁଏଇ ବିପକ୍ଷରେ ଏକ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବାକୁ ଯାଉଛି । ଏହି ସିରିଜ ଜୁନ୍ ୫ ତାରିଖରୁ ଖେଳାଯିବାକୁ ଥିବା ବେଳେ ଏଥିପାଇଁ ମଧ୍ୟ ଦଳ ଘୋଷଣା କରିଛି ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ । ସାଇ ହୋପ୍(ଅଧିନାୟକ), ବ୍ରାଣ୍ଡନ କିଙ୍ଗ(ଉପ-ଅଧିନାୟକ), ଏଲିକ ଅଥାନାଜେ, ଶମରହ ବ୍ରୁକ୍ସ, ୟାନିକ କାରିୟା, କିସି କାର୍ଟି, ରୋଷ୍ଟନ ଚେଜ, ଡୋମିନିକ ଡ୍ରେକ୍ସ, କେବମ ହଜ୍, ଅକୀମ ଜୋର୍ଡାନ, ଗୁଡକେଶ ମୋତି, କିମୋ ପଲ, ରେମନ ରୀଫର, ଓଡିୟନ ସ୍ମିଥ, ଡେଭୋନ ଥୋମାସ ।

Get real time updates directly on you device, subscribe now.