fbpx

ଏଥର ପୂଜାରେ ଭିଜିବ ରାଜଧାନୀ : ୨୩ ତାରିଖ ବେଳକୁ ନେବ ଅବପାତର ରୂପ

ଭୁବନେଶ୍ୱର : ଗତକାଲି ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା । ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ତେବେ ଏହି ଲଘୁଚାପଟି ଦକ୍ଷିଣ-ପଶ୍ଚିମ ପାଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ହେବ ବୋଲି ଆକଳନ କରାଯାଇଛି । ଲଘୁଚାପ କ୍ଷେତ୍ରଟି ଅଧିକ ଘନିଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।

ସୂଚନା ମିଳିଛି ଯେ, ଆସନ୍ତା ୨୩ ତାରିଖ ବେଳକୁ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ହେବାର ସମ୍ଭାବନା ରହିଛି । ତେବେ ଏଥର ଦୂର୍ଗା ପୂଜାକୁ ଲଘୁଚାପ ଭସାଇବ ବୋଲି ଆଶଙ୍କା ରହିଛି । ପ୍ରତ୍ୟେକ ବର୍ଷ ଦୂର୍ଗା ପୂଜାରେ ଘୁର୍ଣ୍ଣିବଳୟ, ବାତ୍ୟା କିମ୍ବା ଲଘୁଚାପ ସୃଷ୍ଟି ହେଲା ଭଳି, ଏଥର ବି ଦୂର୍ଗା ପୂଜାରେ ଲଘୂଚାପ ହେବବୋଲି ପୂର୍ବାନୁମାନ କରାଯାଇଛି ।

Get real time updates directly on you device, subscribe now.