fbpx

୨୦୧୬ ପରି ଚଳିତ ବର୍ଷ ବି ଅନୁଭୂତ ହେବ ପ୍ରବଳ ତାତି, ଜାଣନ୍ତୁ କ’ଣ କହିଲେ ପାଣିପାଗ ବିଜ୍ଞାନୀ

Advertisement

ନୂଆଦିଲ୍ଲୀ: ଭାରତରେ ଏଥର ବସନ୍ତ ଋତୁ ବହୁତ କମ୍ ସମୟ ପର୍ଯ୍ୟନ୍ତ ଅନୁଭୂତ ହେବ । ଏହାପରେ ଭୀଷଣ ଗରମ ଅନୁଭୂତ ହେବ । ପାଣିପାଗ ବିଜ୍ଞାନୀ ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ତାତି ପ୍ରବଳ ରହିବ ବୋଲି ଚେତାବନୀ ଶୁଣାଇଛନ୍ତି । ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ ଅଲ୍ ନିନୋ ପ୍ରଭାବ ଅନୁସାରେ ବସନ୍ତ ପରେ ପରେ ଭୀଷଣ ଗରମ ଆରମ୍ଭ ହୋଇଯିବ । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଏପ୍ରିଲରୁ ଜୁନ୍ ମଧ୍ୟରେ ଅଲ୍ ନିନୋ ଓ ଦକ୍ଷିଣା ପବନ ବହୁତ ଧୀମା ରହିବ । ଜୁଲାଇ ସେପ୍ଟେମ୍ବର ବେଳକୁ ପାଣିପାଗ ସାମାନ୍ୟ ସୁଧୁରିବ ।

ଏଠାରେ ସୂଚାଇ ଦିଆଯାଇପାରେ କି ଭାରତରେ ଅଲ୍ ନିନୋ ପ୍ରଭାବରେ ଅଧିକ ଗରମ ଓ ଦୂର୍ବଳ ମୌସୁମୀ ଦେଖିବାକୁ ମିଳିଥାଏ । ସେହିପରି ଲା ନୀନା ପ୍ରଭାବରେ ମୌସୁମୀ ସ୍ଥିତି ଭଲ ରହିଥାଏ ଓ ଆଶା ଠାରୁ ଭଲ ବର୍ଷା ଓ ଶୀତ ଉପରେ ମଧ୍ୟ ପ୍ରଭାବ ପଡିଥାଏ ।

୨୦୨୪ ବର୍ଷ ଆରମ୍ଭରୁ ଅଲ୍ ନିନୋ ମଜଭୁତ ସ୍ଥିତିରେ ରହିଛି ଓ ଏହା ମେ’, ଜୁନ୍ ସୁଦ୍ଧା ସମାପ୍ତ ହୋଇଯିବ । ଏହାପରେ ପୁଣି ଅଚାନକ ବୃଦ୍ଧି ପାଇବ ଓ ବର୍ଷ ଶେଷ ସୁଦ୍ଧା ଲା ନୀନା ସୃଷ୍ଟି ହେବ । ୨୦୧୫ରେ ଅଲ୍ ନିନୋ ସ୍ଥିତି ମଜଭୁତ ଥିବାରୁ ୨୦୧୬ରେ ପ୍ରଚଣ୍ଡ ଗରମ ଅନୁଭୂତ ହୋଇଥିଲା । ପାଣିପାଗ ବିଭାଗ ଅନୁଯାୟୀ ଜୁନ୍ ସୁଦ୍ଧା ଅଲ୍ ନିନୋ ସ୍ଥିତି ଧୀମା ହୋଇଯିବ । କିନ୍ତୁ ଏଥର ମୌସୁମୀ ପୂର୍ବାପେକ୍ଷା ସ୍ୱଭାବିକ ଓ ଭଲ ରହିବ ବୋଲି ଆଇଏମଡି କହିଛି ।

Get real time updates directly on you device, subscribe now.