fbpx
BSKY
BJD MC SKY
BJD YOUTH SKY

ଆକାଶର ବାଦଲରେ ଲୁଚିଛନ୍ତି ହଜାର ହଜାର ବ୍ୟାକ୍ଟେରିଆ: ବର୍ଷା ଜଳ କେତେ ସୁରକ୍ଷିତ, ରିସର୍ଚ୍ଚରୁ ବଡ଼ ଖୁଲାସା

ନୂଆଦିଲ୍ଲୀ: ଦିନକୁ ଦିନ ସାରା ବିଶ୍ୱ ବିପଦ ଆଡ଼କୁ ମୁହାଁଇବାରେ ଲାଗିଛି । ଜଳ ଓ ବାୟୁମଣ୍ଡଳ କ୍ରମଶଃ ପ୍ରଦୂଷିତ ହେବା ଫଳରେ ମଣିଷ ଅନେକ ଭୟଙ୍କର ରୋଗରେ ଆକ୍ରାନ୍ତ ହେଉଛି । ସାଧାରଣ ଭାବେ ଆମେ ବର୍ଷାଜଳକୁ ସ୍ୱଚ୍ଛ ବୋଲି ଗ୍ରହଣ କରିଥାଉ । ମାତ୍ର ଆକାଶର ବାଦଲରେ ହଜାର ହଜାର ବ୍ୟାକ୍ଟେରିଆ ଲୁଚି ରହିଛନ୍ତି ଏକଥା ଶୁଣିବା ପରେ ସମସ୍ତେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଯିବେ । ରିସର୍ଚ୍ଚରୁ ଏପରି ଏକ ବଡ଼ ଖୁଲାସା ହୋଇଛି ।

କେନ୍ଦ୍ରୀୟ ଫ୍ରାନ୍ସର ସମୁଦ୍ର ସ୍ତରଠାରୁ ୧,୪୬୫ ମିଟର ଉଚ୍ଚରେ ରହିଥିବା ଏକ ନିଷ୍କ୍ରିୟ ଆଗ୍ନେୟଗିରିରେ ଏହି ରିସର୍ଚ୍ଚ କରାଯାଇଥିଲା । ୨୦୧୯ରୁ ୨୦୨୧ ମସିହା ମଧ୍ୟରେ ସେଠାରୁ ବୈଜ୍ଞାନିକମାନେ ନମୂନା ସଂଗ୍ରହ କରିଥିଲେ । ପ୍ରତି ମିଲିଲିଟର ବାଦଲ ଜଳରେ ୩୦ ହଜାରରୁ ଅଧିକ ବ୍ୟାକ୍ଟେରିଆ ରହିଥିବା ଜଣାପଡ଼ିଥିଲା । ସେଥିମଧ୍ୟରେ ଆଣ୍ଟିବାୟୋଟିକ ପ୍ରତିରୋଧୀ ଜିନର ୨୯ଟି ସବଟାଇପ୍ ମଧ୍ୟ ରହିଥିବା ଜଣାପଡ଼ିଥିଲା । ତେଣୁ ଆଗାମୀ ବିଶ୍ୱ ପାଇଁ ବଡ଼ଧରଣର ବିପଦ ଆଶଙ୍କା ରହିଥିବା ନେଇ ଚେତାବନୀ ଦିଆଯାଇଛି ।

ସବୁଠାରୁ ବଡ଼ କଥା ହେଉଛି ବର୍ଷା ଜଳବିନ୍ଦୁରେ ରହିଥିବା ଏହି ବ୍ୟାକ୍ଟେରିଆଗୁଡ଼ିକ ଔଷଧ ପ୍ରତିରୋଧୀ ଅର୍ଥାତ ସେମାନଙ୍କ ଠାରେ ଔଷଧର କୌଣସି ପ୍ରଭାବ ରହିବ ନାହିଁ । ତେଣୁ ତାହାକୁ ‘ଡ୍ରଗ-ରେଜିଷ୍ଟାଣ୍ଟ ବ୍ୟାକ୍ଟେରିଆ’ କୁହାଯାଉଛି । ତେବେ ବର୍ଷା ଜଳରେ ବ୍ୟାକ୍ଟେରିଆ ରହିଥିବା ନେଇ ତଥ୍ୟ ମିଳିଥିଲେ ହେଁ କଳା ବାଦଲକୁ ଫ୍ରାନ୍ସ ଓ କାନାଡ଼ାର ଗବେଷକମାନେ ଅଶୁଭ ବୋଲି କହିନାହାନ୍ତି । ଏହି ମେଡିସିନ ପ୍ରତିରୋଧୀ ବ୍ୟାକ୍ଟେରିଆକୁ ବାଦଲ ବହୁଦୂର ପର୍ଯ୍ୟନ୍ତ ନେବାରେ ସକ୍ଷମ ହୋଇଥାଏ । ଏହି ବ୍ୟାକ୍ଟେରିଆ ପତ୍ର ଓ ମାଟି ପୃଷ୍ଠରେ ରହୁଥିବା ଜଣାପଡ଼ିଛି । ପବନରେ ସେଗୁଡ଼ିକରେ ବାୟୁମଣ୍ଡଳରେ ଘୂରି ବୁଲିଥାନ୍ତି । ତେବେ ଏହି ବ୍ୟାକ୍ଟେରିଆ କମ୍ ହାନୀକାରକ ହୋଇଥିବାରୁ ବର୍ଷାଜଳକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି ।

Get real time updates directly on you device, subscribe now.