fbpx

(Video) Aero India 2023: ନୀଳ ଆକାଶରେ ୩ ଯୁଦ୍ଧ ବିମାନ ତିଆରି କଲେ ଦିଲ୍, ଏହି ଦୃଶ୍ୟ ଦେଖି PM ମୋଦୀ ବଜାଇଲେ ତାଳି

Advertisement

ନୂଆଦିଲ୍ଲୀ: ଆଜି ବେଙ୍ଗାଲୁରୁଠାରେ ଏରୋ ଇଣ୍ଡିଆ ୨୦୨୩ର ୧୪ତମ ସଂସ୍କରଣର ଶୁଭାରମ୍ଭ ହୋଇଛି । ଏହି ଶୋ’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦଘାଟନ କରିଛନ୍ତି । ବେଙ୍ଗାଲୁରୁର ୟେଲହଙ୍କା ବାୟୁ ସେନାର ଷ୍ଟେସନରେ ପିଏମ୍ ମୋଦୀ ଉପସ୍ଥିତ ରହି ଏରୋବେଟିକ ପ୍ରଦର୍ଶନୀକୁ ଉପଭୋଗ କରିଥିଲେ ।

ଏରୋ ଇଣ୍ଡିଆ ୨୦୨୩ର ଏହି ପ୍ରଦର୍ଶନୀକୁ ଦେଖି ପିଏମ୍ ମୋଦୀ କହିଥିଲେ, ଆଜି ଏରୋ ଇଣ୍ଡିଆ କେବଳ ଏକ ଶୋ’ ନୁହେଁ, ଏହା ଭାରତର ଆତ୍ମବିଶ୍ୱାସ ଓ କ୍ଷମତାର ପ୍ରତିବିମ୍ବ ଅଟେ । ଏହା ମାଧ୍ୟମରେ ଭାରତ ବିଶ୍ୱସ୍ତରରେ ସୈନ୍ୟ ଉପକରଣ ରପ୍ତାନୀ କ୍ଷେତ୍ରରେ ଆଗକୁ ଆଗ୍ରସର ହେବ ।

ଏହି ଅବସରରେ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି, ପାଞ୍ଚଦିବସୀୟ ଏହି ପ୍ରଦର୍ଶନୀରେ ୭୦୦ରୁ ଅଧିକ ପ୍ରତିରକ୍ଷା କମ୍ପାନୀ ଓ ୯୮ଟି ଦେଶର ପ୍ରତିନିଧି ଭାଗ ନେଇଛନ୍ତି । ‘ଏରୋ ଇଣ୍ଡିଆ’ର ଏହି ସଂସ୍କରଣ ଦେଶକୁ ସୈନ୍ୟ ବିମାନ, ହେଲିକପ୍ଟର, ସୈନ୍ୟ ଉପକରଣ ଓ ନୂଆ ଯୁଗର ଏଭିୟୋନିକ୍ସ ନିର୍ମାଣ ପାଇଁ କେନ୍ଦ୍ରସ୍ଥଳୀ ଭାବେ ପ୍ରଦର୍ଶିତ କରୁଛି ।

ସୂଚନାଯୋଗ୍ୟ ଯେ, ଏରୋ ଇଣ୍ଡିଆ ୨୦୨୩ର ୧୪ତମ ସଂସ୍କରଣରେ ବିମାନଗୁଡ଼ିକ ଆକାଶରେ ଦିଲ ଆକୃତି ସୃଷ୍ଟି କରିଥିଲେ । ଏହି ଆକୃତି ପିଏମ୍ ମୋଦୀଙ୍କ ସାମ୍ନାରେ ପ୍ରସ୍ତୁତ କରାଯାଇଥିଲା, ଯାହାକୁ ଦେଖିବା ପରେ ପ୍ରଧାନମନ୍ତ୍ରୀ ତାଳି ବଜାଇ ଏହାର ପ୍ରଶଂସା କରିଥିଲେ । ଏହି ଦୃଶ୍ୟର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

Get real time updates directly on you device, subscribe now.