fbpx

ଅଜୟ ଦେବଗନଙ୍କ ‘ଦୃଶ୍ୟମ୍’ ଫିଲ୍ମ ଦେଖି ମର୍ଡର କଲେ ୩ ଦୁର୍ବୃତ୍ତ

ନାଗପୁର,୩ ।୨: ମହାରାଷ୍ଟ୍ରର ନାଗପୁର ସହରରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଢାବା ପଛରେ ଶବକୁ ଲୁଚାଇବା ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗତବର୍ଷ ବର୍ଷ ଡିସେମ୍ବରରେ ଦୁର୍ବୃତ୍ତମାନେ ଗିରାମକର ନାମକ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ । ପୋଲିସ କର୍ମଚାରୀଙ୍କ କହିବା ମୁତାବକ, ୨୦୧୫ ମସିହାରେ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ପ ‘ଦୃଶ୍ୟମ୍’ ପ୍ରଭାବରେ ଆସି ମର୍ଡରର ପ୍ଲାନ କରିଥିଲେ ଦୁର୍ବୃତ୍ତ । ଫିଲ୍ମ ଷ୍ଟାଇଲରେ ଗିରାମକରଙ୍କୁ ମାରିବା ପରେ କମ୍ପାନୀ ଅଞ୍ଚଳରେ ଥିବା ଏକ ଢାବା ପଛରେ ବାଇକ୍ ସହ ଶବକୁ ପୋତି ଦେଇଥିଲେ ।’

ତେବେ ଗିରାମକର ହଲଦିରାମ କମ୍ପାନୀରେ ହୋମଡେଲିଭରି କାମ କରୁଥିଲେ । ଗିରାମକରଙ୍କ ପତ୍ନୀଙ୍କ ସହ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଢାବାର ମାଲିକ ଅମରସିଂହ ଓରଫ୍ ଲାଲୁ ଜେଗେନ୍ଦ୍ରସିଂହ ଠାକୁରଙ୍କ ପ୍ରେମ ସମ୍ପର୍କ ରହିଥିଲା । ଠାକୁରଙ୍କ ଠାରୁୁ ନିଜ ପତ୍ନୀଙ୍କୁ ଦୂରେଇ ରଖିବା ପାଇଁ ଗିରାମକର ପଡୋଶରେ ଥିବା ବର୍ଦ୍ଧା ଜିଲ୍ଲାରେ ରହିବାକୁ ଲାଗିଲେ । ଗତ ୨୮ ଡିସେମ୍ବରରେ ଗିରାମକର ଢାବାରେ ପହଞ୍ଚି ଆରୋପୀଙ୍କ ପ୍ରେମ ସମ୍ପର୍କ ଶେଷ କରିବାକୁ କହିଥିଲେ । ଏନେଇ ଦୁହିଁଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ରାଗରେ ଠାକୁର ଏକ ହାତୁଡାରେ ପିଟି ଗିରାମକରଙ୍କୁ ହତ୍ୟା କରିଥିଲେ । ପରେ ଦୁଇ ସାଥିଙ୍କ ସହ ମିଶି ଢାବା ପଛରେ ଗିରାମକରଙ୍କୁ ପୋତିଥିଲା । ଏହି ମାମଲାରେ ସମ୍ପୃକ୍ତ ୩ ଅପରାଧୀଙ୍କୁ ଗିରଫ କରିଛି ପୋଲିସ ।

Get real time updates directly on you device, subscribe now.