fbpx

ଏନକାଉଣ୍ଟରେ ଟଳିଲେ ୩ ଜେଇଏମ୍ ଆତଙ୍କବାଦୀ, ମୃତକଙ୍କ ମଧ୍ୟରୁ ଜଣେ ପାକିସ୍ତାନୀ ନାଗରିକ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଆଜି ୩ ଜଣ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ଏନକାଉଣ୍ଟରରେ ନିହତ ହୋଇଛନ୍ତି । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଏହି ଘମାଘୋଟ ଲଢ଼େଇରେ ଜଣେ ପାକିସ୍ତାନୀ ନାଗରିକ ପ୍ରାଣ ହରାଇଥିବା ବେଳେ ଜଣେ ପୋଲିସ କର୍ମୀ ଆହତ ହୋଇଛନ୍ତି ।

ଦକ୍ଷିଣ କଶ୍ମୀରର କୁଲଗାମ ଓ ଅନନ୍ତନାଗ ଜିଲ୍ଲାରେ ସୁରକ୍ଷା ବଳ ଓ ଆତଙ୍କୀଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଆତଙ୍କୀଙ୍କ ବିଷୟରେ ଗୁଇନ୍ଦା ସୂଚନା ମିଳିବା ପରେ କୁଲଗାମ ଜିଲ୍ଲାରେ ଘେରାବନ୍ଦୀ ସହ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା । ଆତଙ୍କବାଦୀମାନେ ଲୁଚି ରହି ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳିଚାଳନା କରିବା ପରେ ତାହାର ପାଲଟା ଜବାବ ଦିଆଯାଇଥିଲା । ଏହି ଲଢ଼େଇରେ ୩ ଜଣ ଆତଙ୍କ ପ୍ରାଣ ହରାଇଥିଲେ ବୋଲି ସେ କହିଛନ୍ତି । ସେହିପରି ପୋଲିସ ମହାନିର୍ଦ୍ଦେଶକ ଟ୍ୱିଟ କହି କହିଛନ୍ତି ଯେ, ଏହି ଲଢ଼େଇରେ ଦୁଇଜଣ ସ୍ଥାନୀୟ ଆତଙ୍କବାଦୀ ଓ ଜଣେ ପାକିସ୍ତାନୀ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ତିନିଜଣ ଯାକ ଜେଇଏମ ଆତଙ୍କବାଦୀ ସଂଗଠନର ସଦସ୍ୟ ଥିଲେ । ସେମାନଙ୍କ ନିକଟରୁ ଗୋଟିଏ ଏମ-୪, ଦୁଇଟି ଏକେ-୪୭ ଜବତ କରାଯାଇଛି ।

Get real time updates directly on you device, subscribe now.