ବିମାନ ବନ୍ଦରରେ ବାଘ ଆତଙ୍କର ଫର୍ଦ୍ଦାଫାସ, ବାଘ ନୁହେଁ ବରଂ ବଣଭୂଆ ବୋଲି ସ୍ପଷ୍ଟ କଲା ବନ ବିଭାଗ

ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦର ନିକଟରେ ବାଘ ବୁଲିଥିବା ଖବର ପ୍ରସାରିତ ହେବା ପରେ ଲୋକଙ୍କ ମନରେ ଭୟର ବାତାବରଣ ଦେଖାଯାଇଥିଲା । ଡ୍ରମ୍ପ ୟାର୍ଡରେ ବାଘ ଥିବା ନେଇ ଖବର ସାମ୍ନାକୁ ଆସିବା ପରେ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ବହୁତ ଖୋଜାଖୋଜି କରିବା ପରେ ବିଳମ୍ବିତ ରାତିରେ ଜନ୍ତୁକୁ ଠାବ କରିଥିଲା ବନ ବିଭାଗ । ତେବେ ତାହା ବାଘ ନୁହେଁ ବରଂ ବଣଭୂଆ ବୋଲି କର୍ମଚାରୀମାନେ ସ୍ପଷ୍ଟ କରିଛନ୍ତି । ତେବେ ବଣଭୂଆର ଉଚ୍ଚତା ଦେଢଫୁଟ ହୋଇଥିବା ବେଳେ ଲମ୍ବା 3 ଫୁଟ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଡ୍ରମ୍ପ ୟାର୍ଡ ନିକଟରେ କାମ କରୁଥିବା ଜଣେ ମହିଳା ପ୍ରଥମେ ଏହି ବାଘକୁ ଦେଖିଥିଲେ । ହଳଦିଆ ରଙ୍ଗ ଦେଖିବା ପରେ ଏହା ବାଘ ବୋଲି ଖବର ପ୍ରସାକିତ ହୋଇଥିଲା । ଫଳରେ ଲୋକେ କାମ କରିବା ପାଇଁ ଡରି ଭୟଭୀତ ହୋଇପଡିଥିଲେ । ପରେ ବନ ବିଭାଗ ପକ୍ଷରୁ ଖୋଜାଖୋଜି ଆରମ୍ଭ କରାଯାଇଥିଲା । ଜାଲ, ଜନ୍ତା ଏବଂ କୁକୁଡା ଧରି ବାଘ ଖୋଜିଥିଲେ ବନବିଭାଗ କର୍ମଚାରୀ । ତେବେ ଜନ୍ତା ପକାଇବା ପରେ 4ଟି କ୍ୟାମେରା ମଧ୍ୟ ଖଞ୍ଜା ଯାଇଥିଲା । ତେବେ ବିଳମ୍ବିତ ରାତି ପ୍ରାୟ 2ଟା ସମୟରେ ଏହା ବାଘ ନୁହେଁ ବରଂ ବଣଭୂଆ ବୋଲି ସ୍ପଷ୍ଟ ହୋଇଥିଲା ।