fbpx

ଟିକ୍-ଟକ୍ ଷ୍ଟାର ଶିବାନୀ ମର୍ଡର ମାମଲାରେ ଅଭିଯୁକ୍ତର ଚାଞ୍ଚଲ୍ୟକର ବୟାନ୍, କହିଲା- ‘୧୫ ଦିନ ହେବ କଥା ନହେବାରୁ ମାରିଦେଲି’

କୁଣ୍ଡଳୀର ସେଲୁନ୍ ଚଳାଉଥିବା ଟିକଟକ୍ ଷ୍ଟାର ଶିବାନୀକୁ ହତ୍ୟା ଘଟଣାରେ ଅଭିଯୁକ୍ତ ଓ ତାର ସାଙ୍ଗକୁ ଗିରଫ କରିଛି ପୋଲିସ । ପଚରାଉଚରା ପରେ ଅଭିଯୁକ୍ତ ପାଖରୁ ମିଳିଛି ଚାଞ୍ଚଲ୍ୟକର ବୟାନ । ଅଭିଯୁକ୍ତ ଜଣକ ନିଜର ଦୋଷ ମାନିବା ସହ କହିଛି ଯେ, ‘ଆମ ଭିତରେ ୪ ବର୍ଷର ବନ୍ଧୁତା ଥିଲା । ଅଚାନକ୍ ଶିବାନୀ ୧୫ ଦିନ ହେବ କଥା ବନ୍ଦ କରିଦେବାକୁ ରାଗିଯାଇ ହତ୍ୟା କରିଦେଲି ।’

ପୋଲିସର କହିବା ମୁତାବକ, ଉତ୍ତରପ୍ରଦେଶର ବାଗପତ ଜିଲ୍ଲା ପୁସର ଗାଁର ବାସିନ୍ଦା ବିନୋଦଙ୍କ ଝିଅ ଶିବାନୀ ଏକ ସେଲୁନ୍ ଚଳାଉଥିଲେ । ଶିବାନୀ ଓ ଅଭିଯୁକ୍ତ ପ୍ୟାଉ ମନିଆରିଙ୍କ ପୂର୍ବରୁ ବନ୍ଧୁତା ଥିବା ବେଳେ ଅଚାନକ୍ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଥିଲା । ଯେଉଁଥିରେ ରାଗିଯାଇ ଅଭିଯୁକ୍ତ ଜଣକ ସେଲୁନରେ ପହଞ୍ଚିଥିଲା, ଯେତେବେଳେ ଶିବାନୀ ଏକୁଟିଆ ଥିଲେ । ଏହି ସମୟର ସୁଯୋଗ ନେଇ ଶିବାନୀଙ୍କ ଗଳା ଚିପି କରିଥିଲା ଅଭିଯୁକ୍ତ । ପରେ ମୃତ୍ୟୁଶରୀରକୁ ବେଡ୍ ଭିତରେ ଲୁଚାଇ ଶିବାନୀର ଫୋନ ନେଇ ଅଭିଯୁକ୍ତ ଜଣକ ଫେରାର ହୋଇଥିଲା ।

ତେବେ ପୋଲିସ ଗତ ମଙ୍ଗଳବାର ଦିନ ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରିବ । ଏହା ସହ ଶିବାନୀଙ୍କ ମୋବାଇଲ ସଜାଡିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

Get real time updates directly on you device, subscribe now.