fbpx
BJD SKY
BJD SKY

ସମୟ ମଣିଷର ମୁଡ଼କୁ ପ୍ରଭାବିତ କରେ: ସକାଳୁ ଶାନ୍ତ ଓ ରାତିରେ ଚିଡ଼ଚିଡ଼ା, ବ୍ରେନରେ ଥିବା ‘Circadian rhythm’ ଘଣ୍ଟା କରୁଛି ଖେଳ, ରିସର୍ଚ୍ଚରୁ ମିଳିଲା ବଡ଼ ତଥ୍ୟ

BJD

ନୂଆଦିଲ୍ଲୀ: ପ୍ରତ୍ୟେକ ମଣିଷର ମୁଡ଼ ୨୪ ଘଣ୍ଟା ମଧ୍ୟରେ ଭିନ୍ନ ଭିନ୍ନ ରହିଥାଏ । କାହାକୁ ସକାଳୁ କାମ କରିବାକୁ ଭଲ ଲାଗେ ତ ଆଉ କିଏ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କାର୍ଯ୍ୟରେ ବ୍ୟସ୍ତ ରହିଥାଏ । ମାତ୍ର ଦ୍ୱିପ୍ରହର ସମୟରେ ଅଧିକାଂଶ ଲୋକ ଉଦାସ, ଥକ୍କା ଅନୁଭବ କରିଥାନ୍ତି । ତେବେ ଦିନର ଯେ କୌଣସି ସମୟରେ ଏନର୍ଜି ଝରିବା ଅନେକ ସଙ୍କେତ ଦେଇଥାଏ । ଏହା ବାଇପୋଲାର ଡିଜଅର୍ଡର କିମ୍ବା ଶରୀରରେ ଗ୍ଲୁକୋଜର ଅଭାବ ହୋଇଥାଇପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

ମେଲବର୍ଣ୍ଣର ସ୍ୱିନବର୍ଣ୍ଣ ୟନିଭରସିଟି ଅଫ୍ ଟେକ୍ନୋଲୋଜି (ସୁଟ) ପକ୍ଷରୁ ଏନର୍ଜି ସ୍ତର ହ୍ରାସ ପାଇବା ଓ ବ୍ରେନ ମଧ୍ୟରେ ଏହାର ସିଧାସଳଖ ସମ୍ବନ୍ଧକୁ ନେଇ ଏକ ନୂଆ ସନ୍ଧାନ କରାଯାଇଛି । ଗତ ୨୦୧୭ ମସିହାରେ କରାଯାଇଥିବା ଏକ ଷ୍ଟଡି ମୁତାବକ, ବ୍ରେନର ନ୍ୟୁରଲ ପାଥୱେ ସର୍ବଦା ପ୍ରଶଂସାକୁ ଖୋଜୁଥାଏ । ଯଦି କେହି ଆମର କାମକୁ ପ୍ରଶଂସା କରେ, ତେବେ ନ୍ୟୁରଲ ପାଥୱେ ସକ୍ରିୟ ହୋଇଥାଏ ଓ ବ୍ରେନକୁ ବୁଷ୍ଟ ଦେଇଥାଏ । ଏହା ଦ୍ୱାରା ସେରୋଟୋନିନ ହରମୋନ ତିଆରି ହୋଇଥାଏ, ଯାହାକୁ କି ହାପି ହରମୋନ ମଧ୍ୟ କୁହାଯାଇଥାଏ । ଏହା ବିଭିନ୍ନ ପ୍ରକାରର ଇଲେକ୍ଟ୍ରିକାଲ ଓ କେମିକାଲ ସିଗନାଲ ଦେଇଥାଏ, ଯାହାକି ବ୍ରେନକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଆକ୍ଟିଭ୍ ରହିଥାଏ ।

ବୈଜ୍ଞାନିକମାନେ ଏହାକୁ ରିୱାର୍ଡ ସର୍କିଟ କହିଥାନ୍ତି । ଏହି ସର୍କିଟ ଦ୍ୱିପ୍ରହର ସମୟରେ ଦୁର୍ବଳ ହୋଇଥାଏ । ସକାଳୁ କାମ କରୁଥିବା ଲୋକଙ୍କୁ ଥକ୍କା ଲାଗିଥାଏ ଓ ଦ୍ୱିପ୍ରହର ସମୟରେ ଖାଇବା ପରେ ଶୋଇବାକୁ ମୁଡ଼ ହୋଇଥାଏ । ଅନେକ ସମୟରେ ଲୋକମାନେ ଅପରାହ୍ଣରେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇ ଉପାସରେ ରହିଥାନ୍ତି । ସେଥିପାଇଁ ସେମାନେ ପରସ୍ପରକୁ କମ୍ପ୍ଲିମେଣ୍ଟ କରନ୍ତି ନାହିଁ । ଅନେକ ସମୟରେ ମିଟିଂରେ ବସ ଭଡ଼କିଥାନ୍ତି ବା ଥକ୍କା ଅନୁଭବ କରିଥାନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ସାରା ଦିନର କାର୍ଯ୍ୟ ଭାର ଦ୍ୱିପ୍ରହର ସମୟରେ ଏକତ୍ର ହୋଇଯାଇଥାଏ ।

ତେବେ ସର୍କେଡିୟନ ରିଦମ ମଧ୍ୟ ଦ୍ୱିପ୍ରହର ଉଦାସ ପଛର ଏକ କାରଣ । ଏହା ଏକ ପ୍ରକାରର ବଡି କ୍ଲକ, ଯାହାକି ଆମର ୨୪ ଘଣ୍ଟା ଉପରେ ନଜର ରଖିଥାଏ । ବ୍ରେନ ମଧ୍ୟରେ ରହିଥିବା ଏହି ଘଣ୍ଟା ଆମର ଶୋଇବା, ଉଠିବା ଉପରେ ନଜର ରଖିବା ସହ ଆମର ପରିବେଶରେ କିଛି ପରିବର୍ତ୍ତନ ଦେଖାଦେଲେ ଆଲର୍ଟ କରାଇଦିଏ । ଏହାର ପ୍ରଭାବ ଦ୍ୱିପ୍ରହ ସମୟରେ ବେଶି ଦେଖାଦେଇଥାଏ । ବହୁଦିନ ପର୍ଯ୍ୟନ୍ତ ରାତିରେ ପର୍ଯ୍ୟାପ୍ତ ନ ଶୋଇବା ଫଳରେ ସର୍କେଡିୟନ ରିଦମ ଡିଷ୍ଟର୍ବ ହୋଇଯାଇଥାଏ । ୨୪ ଘଣ୍ଟାରେ ଅନେକ ଥର ଆମର ମୁଡ଼ ଉପର-ତଳ ହୋଇଥାଏ ।

Get real time updates directly on you device, subscribe now.