ନୂଆଖାଇ ପାଇଁ ଲଗ୍ନ ସ୍ଥିର, ଜାଣନ୍ତୁ କେଉଁ ସମୟରେ ମାଆ ସମଲେଶ୍ୱରୀଙ୍କ ପାଖରେ ଲାଗି ହେବ ନବାନ୍ନ

0 210

ସମ୍ବଲପୁର, ୧୨ା୮(ଓଡ଼ିଶା ଭାସ୍କର): ମାଆ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ପାଇଁ ଲଗ୍ନ ସ୍ଥିର ହୋଇଛି । ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ପଣ୍ଡିତ ମହାସଭା ବୈଠକରେ ଏହି ଲଗ୍ନ ସ୍ଥିର କରାଯାଇଛି । ଅଗଷ୍ଟ ୨୩ ଦିନ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ମାଆଙ୍କ ପାଖରେ ନବାନ୍ନ ଲାଗି ହେବ । ମାଆଙ୍କ ପାଖରେ ନବାନ୍ନ ଲାଗି ପରେ ପଶ୍ଚିମ ଓଡ଼ିଶାରେ ନୂଆଖାଇ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.