fbpx

(Video) ସରି ଆସୁଛି ସମୟ, ତୁରନ୍ତ ଶେଷ କରନ୍ତୁ ଏହିସବୁ କାମ: ନଚେତ୍ ହୋଇପାରେ ବଡ଼ ସମସ୍ୟା

Advertisement

ଓଡ଼ିଶା ଭାସ୍କର: ଆମେ ଆମର ଦୈନନ୍ଦିନ ଜୀବନରେ ଅନେକ ପ୍ରକାରର ଡକ୍ୟୁମେଣ୍ଟ ସହ ଜଡ଼ିତ ହୋଇ ରହିଥାଉ । ତେବେ ସମୟ ସମୟରେ ଏହାକୁ ଅପଡେଟ କରିବା ପାଇଁ ସରକାର ନୋଟିସ ଦେଇଥାନ୍ତି । ସେହିପରି ଜୁନ୍ ମାସରେ କିଛି ଡକ୍ୟୁମେଣ୍ଟ ଏବଂ ପର୍ସନାଲ ଫାଇନାନ୍ସ ସହ ଜଡିତ ଅନେକ ଜିନିଷର ଡେଡଲାଇନ ଶେଷ ହେବାକୁ ଯାଉଛି । ଏଥିରେ କ୍ରେଡିଟ କାର୍ଡ, ଆଧାର କାର୍ଡ ଠାରୁ ଆରମ୍ଭ କରି ସେୟାର ବଜାର ସହ ଜଡିତ ଅନେକ କିଛି ନିୟମ ସାମିଲ ରହିଛି । ତେବେ ଆସନ୍ତୁ ଜାଣିବା ଜୁନ ମାସରେ କେଉଁ ସବୁ ଜିନିଷର ଡେଡଲାଇନ ଶେଷ ହେବ ।

  • ଜୁନ୍ ମାସକୁ ଶେଷ ତାରିଖ ଭାବରେ ଘୋଷଣା ହୋଇଥିବା ନିୟମ ଭିତରେ ସର୍ବପ୍ରଥମେ ମ୍ୟୁଚୁଆଲ ଫଣ୍ଡ ନୋମିନେସନ ରହିଛି । ଆସନ୍ତା ଜୁନ ୩୦ ତାରିଖକୁ ସେବି, ମ୍ୟୁଚୁଆଲ ଫଣ୍ଡ ନିବେଶକଙ୍କ ପାଇଁ ନୋମିନେସନ କରିବାର ଅନ୍ତିମ ତାରିଖ ଭାବେ ସ୍ଥିର କରିଛି । ଯଦି ଆପଣ ଏମିତି ନ କରୁଛନ୍ତି ତେବେ ଆପଣଙ୍କର ଡିମେଟ ଆକାଉଣ୍ଟ ଫ୍ରିଜ୍ ହୋଇଯାଇପାରେ । ଯେଉଁମାନେ ନୋମିନେସନ କରିନାହାନ୍ତି, ତାଙ୍କ ପାଇଁ ଏହା ଅନିବାର୍ଯ୍ୟ ବୋଲି କୁହାଯାଇଛି । ଯଦି ନୋମିନେସନ ହେଉନାହିଁ, ତେବେ ଜୁଲାଇ ୧ ତାରିଖରୁ ସମସ୍ତ ପ୍ରକାରର ନେଣଦେଣ ପ୍ରକ୍ରିୟା ଅଟକିଯିବ ।
  • ସେହିପରି କିଛି ବ୍ୟାଙ୍କ ସ୍ପେଶାଲ ଏଫଡି ଲଞ୍ଚ କରିଛନ୍ତି । ଯଦି ଆପଣ ନିର୍ଦ୍ଧାରିତ ସମୟସୀମା ଭିତରେ ଏଫଡିରେ ନିବେଶ କରିପାରୁନାହାନ୍ତି, ତାହେଲେ ଆପଣଙ୍କୁ ଅଧିକ ସୁଧର ଲାଭ ମିଳିପାରିବ ନାହିଁ । ଆଇଡିବିଆଇ ବ୍ୟାଙ୍କ ସ୍ପେଶାଲ ଏଫଡି ଲଂଚ କରିଛି । ଯାହା ୩୦୦, ୩୭୫ ଓ ୪୪୪ ଦିନର ଏଫଡି ଉପରେ ୭.୦୫ ପ୍ରତିଶତରୁ ୭.୭୦ ପ୍ରତିଶତ ଏଫଡି ସୁଧ ଦେଉଛି । ଏଥିରେ ନିବେଶ କରିବାର ଶେଷ ତାରିଖ ହେଉଛି ଜୁନ ୩୦ ।
  • HDFC ବ୍ୟାଙ୍କ ନିଜର ମୋଷ୍ଟ ପପୁଲାର ସ୍ୱିଗୀ HDFC ବ୍ୟାଙ୍କ କ୍ରେଡିଟ କାର୍ଡ ନେଇ କ୍ୟାସବ୍ୟାକ ସ୍କିମରେ ଖାସ ପରିବର୍ତନ କରିଛି । ମିଡିଆ ରିପୋର୍ଟ ହିସାବରେ, ନୂଆ କ୍ୟାସବ୍ୟାକ ନିୟମ ୨୧ ଜୁନ୍ ୨୦୨୪ ରୁ ପ୍ରଭାବୀ ବୋଲି ଧରାଯିବ ।
  • ଏହାବ୍ୟତୀତ ଆଧାର କାର୍ଡ ମାଗଣାରେ ଅପଡେଟ କରାଇବାକୁ ଶେଷ ତାରିଖ ରହିଛି ଜୁନ ୧୪ ତାରିଖ ୨୦୨୪ । ଯଦି ଆପଣ ଜୁନ ୧୪ ତାରିଖ ପରେ ସେଥିରେ ଆଡ୍ରେସ କି ପରିଚୟ ପାଇଁ ଅପଡେଟ କରାନ୍ତି, ତାହେଲେ ଏଥିପାଇଁ ୫୦ ଟଙ୍କା ଚାର୍ଜ ଦେବାକୁ ପଡିବ । UIDAI କହିଛି କି, ଯଦି ଆପଣଙ୍କ ଆଧଗାର କାର୍ଡ ୧୦ ବର୍ଷ ପୁରୁଣା, ତାହେଲେ ଆପଣଙ୍କୁ ଡେମୋଗ୍ରାଫିକକୁ ଅପଡେଟ କରାଇନେବା ଜରୁରୀ । ତେବେ ଏସବୁ ଥିଲା କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ, ଯାହାକୁ ଆପଣଙ୍କୁ ନିର୍ଦ୍ଧାରିତ ସମୟସୀମା ଭିତରେ ସାରିବାର ଅଛି । ନହେଲେ ପରବର୍ତୀ ସମୟରେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

Get real time updates directly on you device, subscribe now.