fbpx

‘ଦି ଓ ଦି’ କହିଥିବା ‘ଦାଦା’ କୁଆଡେ ଗଲେ? ପ୍ରଶ୍ନ କଲେ ଟିଏମସି ସାଂସଦ କୋକିଲି ଘୋଷ

AAKASH

ପଶ୍ଚିମବଙ୍ଗ ୦୨ ।୦୫ (ଓଡ଼ିଶା ଭାସ୍କର) : ଦେଶରେ ହେଉଥିବା ୫ଟି ବିଧାନସଭା ଆସନ ପାଇଁ ଆଜି ଭୋଟ ଗଣତି ଆରମ୍ଭ ହୋଇଯାଇଛି । ଏନେଇ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସେ ବିଜୟ ଦିଗରେ ନିଜର ପାଦ ବଢେଇ ଚାଲିଛି । ବର୍ତ୍ତମାନ ଯାଏ ମିଳିଥିôବା ଖବର ଅନୁସାରେ ଟିଏମସି ୨୦୫ ଟି ଆସନରେ ଆଗୁଆ ରହିଛି । ଏହାକୁ ଦେଖି ଟିଏମସିର ସଦସ୍ୟ ରଙ୍ଗରେ ହୋଲି ଖେଳିବା ସହ ଉତ୍ସବ ପାଳନ କରିବା ଆରମ୍ଭ କରି ଦେଇଛନ୍ତି । ଏହାସହ ଟିଏମସିର ଲୋକସଭା ସାଂସଦ କୋକିଲି ଘୋଷ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ପଲଟା ପ୍ରଶ୍ନ କରିଛନ୍ତି । ସେ ତାଙ୍କ ଟ୍ୱିଟରେ କହିଛନ୍ତି କି ‘ଦି ଓ ଦି’ କହିଥିବା ‘ଦାଦା’ କୁଆଡେ ଗଲେ?ସେହିପରି ସାଂସଦ କୋକିଲି ଘୋଷ ପ୍ରଧାନମନ୍ତ୍ରୀଙ୍କ ପାଇଁ ଇସ୍ତଫା ଦେବା ଲାଗି ହ୍ୟାସଟ୍ୟାଗ୍ ବ୍ୟବହାର କରିଛନ୍ତି । ଏକଥା ମଧ୍ୟ ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି କି ଦାଦାଗିରି ଚଳିବ ନାହିଁ ।

ଅନ୍ୟପଟେ ସମାଜବାଦ ପାର୍ଟର ରାଷ୍ଟୀୟ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପଶ୍ଚିମବଙ୍ଗରେ ଟିଏମସିର ବିଜୟକୁ ନେଇ ‘ଦିଦି ଜିଓ ଦିଦି’ ହ୍ୟାସଟ୍ୟାଗ୍ ର ବ୍ୟବହାର କରିଛନ୍ତି । ସେ ଏକଥା ମଧ୍ୟ କହିଛନ୍ତି କି ବିଜେପି ଦା୍ୱରା ଜଣେ ମହିଳାଙ୍କୁ କରାଯାଇଥିବା ଅପମାନଜନକ କଟାକ୍ଷର ମୁଁହ ତୋଡ଼ ଜବାବ ଦେଇଛନ୍ତି ଜନତା ।

Get real time updates directly on you device, subscribe now.