fbpx
BJD
BJD SKY
BJD SKY

ଚର୍ଚ୍ଚା ହେଲା ସତ, ଲୋକସଭାରୁ ବହିଷ୍କାର ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହୁଆ

BJD

ନୁଆଦିଲ୍ଲୀ: ପଶ୍ଚିମବଙ୍ଗର ତ୍ରୁଣମୂଳ କଂଗ୍ରେସ(ଟିଏମସି) ନେତ୍ରୀ ତଥା କ୍ରୀଷ୍ଣାନଗର ଲୋକସଭା ସାଂସଦ ମହୁଆ ମୈତ୍ର ପାଇଁ ଏବେ ଏକ ବଡ଼ ଚ୍ୟାଲେଞ୍ଜ ରହିଛି। ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ଅଭିଯୋଗରେ ତାଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଛି। ହେଲେ ଏହା ତାଙ୍କ ପ୍ରତି ଅନ୍ୟାୟ କରାଯାଇଛି ବୋଲି ମହୁଆ କହିଛନ୍ତି। ମହୁଆଙ୍କୁ ଲୋକସଭା ବାଚସ୍ପତି ବହିଷ୍କାର କରିବା ପରେ, ତାଙ୍କୁ ବେଆଇନ ଭାବେ ବହିଷ୍କୃତ କରାଯାଇଥିବା ମହୁଆ ପ୍ରତିକ୍ରିୟା ରଖିଥିଲେ। ଯାହାକୁ ନେଇ ଚର୍ଚ୍ଚା ହେଉଥିଲା ଯେ ମହୁଆ ଏକ ମାମଲା ଦାୟର କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ। ତେବେ ସତକୁ ସତ ମହୁଆ ଆଜି ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସଂସଦରୁ ମହୁଆଙ୍କୁ ବହିଷ୍କାର କରିବାକୁ ନେଇ ସମସ୍ତେ ଠିକ କହୁଥିବା ବେଳେ ଏହାକୁ ସେ କିପରି ଭୁଲ ବୋଲି ପ୍ରମାଣିତ କରିବେ ସେନେଇ ଦେଖିବାକୁ ବାକି ରହୁଛି।

ସୂଚନା ଥାଉକି, ଟିଏମସି ନେତ୍ରୀ ତଥା କ୍ରୀଷ୍ଣାନଗର ଲୋକସଭା ସାଂସଦ ମହୁଆ ମୈତ୍ର ଗୌତମ ଆଦାନୀ ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ପାଇଁ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ଲାଞ୍ଚ ନେଉଥିଲେ। ମହୁଆ ନିଜର ସଂସଦ ଆକାଉଣ୍ଟର ଲଗ୍-ଇନ୍ ଆଇଡି ଓ ପାସୱାର୍ଡକୁ ବି ହୀରାନନ୍ଦାନୀଙ୍କୁ ଦେବା ସହ ତାଙ୍କ ଠାରୁ ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ସୁବିଧା ପାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଏଥିକ୍ସ କମିଟି ମହୁଆଙ୍କୁ ଜେରା ପାଇଁ ନୋଟିସ୍ ପଠାଇଥିଲା। ଜେରା ସମୟରେ ବେଶ ହଙ୍ଗାମା ଦେଖିବାକୁ ମିଳିଥିଲା। ଏହାପରେ କମିଟିର ୬ ଜଣ ସଦସ୍ୟ ମହୁଆଙ୍କୁ ବହିଷ୍କାର କରିବା ପାଇଁ ସୁପାରିସ କରିଥିଲେ। କମିଟି ପାଞ୍ଚ ଶହ ପୃଷ୍ଠାର ଏକ ରିପୋର୍ଟ ଲୋକସଭା ବାଚସ୍ପତିଙ୍କୁ ଦେଇ କହିଥିଲା ଯେ ଆଗକୁ ମହୁଆ ସାଂସଦ ଭାବେ ରହିବା ଉଚିତ ନୁହେଁ। ତାଙ୍କୁ ସଂସଦ ପଦରୁ ବହିଷ୍କାର କରାଯିବା ଉଚିତ୍। ମହୁଆଙ୍କ କାର୍ୟ୍ୟକଳାପକୁ ଅତ୍ୟନ୍ତ ଆପତ୍ତିଜନକ, ଅନୈତିକ, ଘୃଣ୍ୟ ଓ ଅପରାଧିକ ଦର୍ଶାଇ ତାଙ୍କୁ କଠୋର ଦଣ୍ଡ ଦେବାକୁ ଏଥିକ୍ସ କମିଟି ସୁପାରିସ୍ କରିଥିଲା। ତେବେ ଏଥିକ୍ସ କମିଟିର ସୁପାରିସ ଆଧାରରେ ମହୁଆଙ୍କୁ ଲୋକସଭା ବାଚସ୍ପତି ଓମ ବିର୍ଲା ଲୋକସଭାରୁ ବହିଷ୍କୃତ କରିଛନ୍ତି।

Get real time updates directly on you device, subscribe now.