fbpx

IND vs BAN; କାହାକୁ ବାଛିବେ ରୋହିତ? ପ୍ରଥମ ଟେଷ୍ଟରେ ଏମିତି ରହିପାରେ Playing-11

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ବାଂଲାଦେଶ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିବ ଟିମ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ବାଂଲାଦେଶ ବିପକ୍ଷ ଏହି ଟେଷ୍ଟରେ ମଇଦାନକୁ ଓହ୍ଲାଇବ । ତେବେ ଏଥିପାଇଁ ଦଳ ଚେନ୍ନାଇରେ ଖୁବ ପରିଶ୍ରମ କରୁଥିବା ଦେଖାଯାଇଛି । ଏହି ସିରିଜରେ ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ଋଷଭ ପନ୍ତ ଦୀର୍ଘ ଦିନ ପରେ କମବ୍ୟାକ କରୁଥିବା ବେଳେ ଷ୍ଟାର ବୋଲର ୟଶ୍ ଦୟାଲ ପ୍ରଥମ ଥର ପାଇଁ ଦଳରେ ସୁଯୋଗ ପାଇଛନ୍ତି । ସେହିପରି ସରଫରାଜ ଖାନ୍, ଧ୍ରୁବ ଜୁରେଲ ଏବଂ ଆକାଶଦୀପ ଦଳକୁ ପୁଣିଥରେ ଫେରିଛନ୍ତି । ତେଣୁ ପ୍ରଥମ ଟେଷ୍ଟରେ ରୋହିତ କାହାକୁ ବାଛିବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆସନତୁ ଦେଖିବା କ’ଣ ରହିପାରେ ପ୍ଲେଇଙ୍ଗ-୧୧…

ସିରିଜ ପାଇଁ ରୋହିତ ଶର୍ମା, ଯଶସ୍ୱୀ ଜଏସ୍ୱାଲ ଏବଂ ଶୁଭମନ ଗିଲ୍ ଓପନର ଭୂମିକାରେ ଦଳରେ ସାମିଲ ହୋଇଛନ୍ତି । ତେଣୁ ରୋହିତ ଏବଂ ଜଏସ୍ୱାଲ ପାଳି ଆରମ୍ଭ କରିବା ସହ ୩ ନମ୍ବରରେ ଶୁଭମନ ଗିଲଙ୍କୁ ଦଳରେ ସାମିଲ କରିବେ ରୋହିତ ଶର୍ମା । ଏହାବ୍ୟତୀତ ବିରାଟ କୋହଲି ୪ ନମ୍ବରରେ ନିଜ ସ୍ଥାନ ପକ୍କା କରିଛନ୍ତି । ତେବେ ପେଲଇଙ୍ଗ-୧୧ରେ ଏହି ୪ ଜଣଙ୍କୁ ସାମିଲ କରିବା ପରେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି ରୋହିତ । କାରଣ ମଧ୍ୟକ୍ରମରେ ଅନେକ ଖେଳାଳି ସାମିଲ ହୋଇଥିବା ବେଳେ ରୋହିତଙ୍କ ନିକଟରେ ଅନେକ ବିକଳ୍ପ ମଧ୍ୟ ରହିଛି । ଦଳରେ ପଞ୍ଚମ ଖେଳାଳି ପାଇଁ କେ.ଏଲ ରାହୁଲ ଏବଂ ସରଫରାଜ ଖାନଙ୍କ ମଧ୍ୟରେ ଟକ୍କର ଦେଖିବାକୁ ମିଳିପାରେ । ତେବେ ଏହି ଲଢେଇରେ ରାହୁଲଙ୍କୁ ଦଳରେ ସୁଯୋଗ ଦିଆଯିବାର ସମ୍ଭାବନା ଅଧିକ ରହିଛି ।

ଏହାପରେ ଋଷଭ ପନ୍ତ ଏବଂ ଧ୍ରୁବ ଜୁରେଲଙ୍କ ମଧ୍ୟରେ ୱିକେଟ କିପର ଭୂମିକା ପାଇଁ ପ୍ରତିଯୋଗିତା ଦେକିବାକୁ ମିଳିପାରେ । ଦୀର୍ଘ ଦିନ ପରେ ଟେଷ୍ଟ ଦଳକୁ ଫେରୁଥିଲେ ମଧ୍ୟ ଋଷଭ ପନ୍ତ ହିଁ ରୋହିତଙ୍କ ପାଇଁ ପ୍ରଥମ ପସନ୍ଦ ରହିବେ । ଆଗାମୀ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲରେ ଋଷଭ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇପାରିବେ । ଏହାପରେ ଷଷ୍ଠ ଏବଂ ସପ୍ତମ ସ୍ଥାନରେ ସ୍ପିନ୍ ଯୋଡ଼ି ରବିଚନ୍ଦ୍ରନ ଅଶ୍ବୀନ ଏବଂ ରବିନ୍ଦ୍ର ଜାଡେଜା ଦଳରେ ସାମିଲ ରହିବେ । ଏହାପରେ ତୃତୀୟ ସ୍ପିନ୍ ବୋଲିଂ ବିକଳ୍ପ ଭାବରେ ଅକ୍ଷର ପଟେଲଙ୍କୁ ଚୟନ କରିପାରନ୍ତି ରୋହିତ । ତେବେ କୁଳଦୀପ ଯାଦବ ଅତିରିକ୍ତ ବିକଳ୍ପ ଭାବରେ ରହିଛନ୍ତି । ଶେଷରେ ପେସ୍ ଆଟାକ୍ ଦାୟିତ୍ୱରେ ଜଶପ୍ରୀତ ବୁମରାହ ଏବଂ ମହମ୍ମଦ ସିରାଜଙ୍କ ସ୍ଥାନ ପକ୍କା ବୋଲି ଅନୁମାନ କରାଯାଉଛି । ଅର୍ତାତ୍ ଆକାଶଦୀପ ଏବଂ ନବାଗତ ୟଶଦ୍ ଦୟାଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବ ନାହିଁ ।

ବାଂଲାଦେଶ ବିପକ୍ଷରେ ଭାରତର ପ୍ଲେଇଙ୍ଗ-୧୧: ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜଏସ୍ୱାଲ, ଶୁଭମନ ଗିଲ୍, ବିରାଟ କୋହଲି, କେ.ଏଲ ରାହୁଲ, ଋଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ୱୀନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଜଶପ୍ରୀତ ବୁମରାହ, ମହମ୍ମଦ ସିରାଜ ।

Get real time updates directly on you device, subscribe now.