fbpx
BSKY
BJD MC SKY
BJD YOUTH SKY

ରାଜ୍ୟରେ ଆଜି ୨୪ଜିଲ୍ଲାରୁ ୧୩୨୦ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୨୫ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୪ଜିଲ୍ଲାରୁ ସର୍ବାଧିକ ୧୩୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୮୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୪୩୩ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୦୧୩ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଗଞ୍ଜାମରୁ ସର୍ବାଧିକ ୫୬୦, ଖୋର୍ଦ୍ଧାରୁ ୧୭୪, ଗଜପତିରୁ ୯୦, ପୁରୀରୁ ୯୦, ରାୟଗଡ଼ାରୁ ୬୫, ସୁନ୍ଦରଗଡ଼ରୁ ୪୭, କଟକରୁ ୪୭, କନ୍ଧମାଳରୁ ୩୯, ନୟାଗଡ଼ରୁ ୩୮, କୋରାପୁଟରୁ ୩୦, ଭଦ୍ରକରୁ ୨୮, କେନ୍ଦୁଝରରୁ ୨୪, ଯାଜପୁରରୁ ୨୩, ବାଲେଶ୍ୱରରୁ ୨୩, ବରଗଡ଼ରୁ ୧୪, ବଲାଙ୍ଗୀରରୁ ୯, ଅନୁଗୁଳରୁ ୬, ନୂଆପଡ଼ାରୁ ୪, ଜଗତସିଂହପୁରରୁ ୩, ଝାରସୁଗୁଡ଼ାରୁ ୨, ସୋନପୁର, କେନ୍ଦ୍ରାପଡ଼ା, ଦେଓଗଡ଼, କଳାହାଣ୍ଡିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.