fbpx

ବଡ଼ ଖବର: ରାଜ୍ୟରେ ୨୫ଜିଲ୍ଲାରୁ ଆଉ ୭୩୬ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୧୯ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୫ଜିଲ୍ଲାରୁ ୭୩୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୭୩୬କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୮୧ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଓ ୨୫୫ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୪୩୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୪୭, ଖୋର୍ଦ୍ଧାରୁ ୧୦୭, କୋରାପୁଟରୁ ୪୫, ଜଗତସିଂହପୁରରୁ ୪୦, ଯାଜପୁରରୁ ୪୦, ଗଜପତିରୁ ୩୯, ବାଲେଶ୍ୱରରୁ ୩୩, କଟକରୁ ୨୭, ସମ୍ବଲପୁରରୁ ୨୫, ଅନୁଗୁଳରୁ ୨୨, ମାଲକାନଗିରିରୁ ୧୮, ସୁନ୍ଦରଗଡ଼ରୁ ୧୭, ପୁରୀରୁ ୧୪, ମୟୁରଭଞ୍ଜରୁ ୧୨, ନୟାଗଡ଼ରୁ ୧୦, ବୌଦ୍ଧରୁ ୮, ରାୟଗଡ଼ାରୁ ୮, କେନ୍ଦ୍ରାପଡ଼ାରୁ ୭, ଭଦ୍ରକରୁ ୫, ବଲାଙ୍ଗୀରୁ ୪, ବରଗଡ଼ରୁ ୩, କଳାହାଣ୍ଡିରୁ ୨, ନବରଙ୍ଗପୁର, କେନ୍ଦୁଝର ଓ ଢ଼େଙ୍କାନାଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.