fbpx
BSKY
BJD MC SKY
BJD YOUTH SKY

ଚିନ୍ମୟୀ ମୃତ୍ୟୁ ରହସ୍ୟ: ଆଜି ଆସିବ ଲାଇ ଡିଟେକ୍ସନ ରିପୋର୍ଟ, ୩୧ ଜଣଙ୍କୁ ମାରାଥନ ଜେରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁକୁ ଏହା ମଧ୍ୟରେ ୪ ଦିନି ବିତିଯାଇଥିବା ବେଳେ ଘଟଣାଟି ଏବେ ବି ରହସ୍ୟ ଘେରରେ ରହିଛି । ପ୍ରଥମେ ଚିନ୍ମୟୀଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କୁହାଯାଉଥିଲେ ହେଁ ପରେ ପରିବାର ସଦସ୍ୟ ଆଣିଥିଲେ ବଡ଼ ଅଭିଯୋଗ । ଚିନ୍ମୟୀଙ୍କ ବେକରେ ଦାଗ ରହିଥିବା ବେଳେ ବେକରୁ ଚେନ୍ ଗାଏବ୍ ହୋଇଯାଇଥିଲା । ତେଣୁ ହତ୍ୟା ପଛରେ କିଛି ଯୁବକଙ୍କ ହାତ ଥିବା ପରିବାର ବର୍ଗ ଅଭିଯୋଗ କରିଥିଲେ ।

ତେବେ ଏହା ମଧ୍ୟରେ ଚିନ୍ମୟୀଙ୍କ ଶବ ବ୍ୟବେଚ୍ଛଦ ରିପୋର୍ଟ ପୋଲିସର ହସ୍ତଗତ ହୋଇସାରିଛି । ଚିନ୍ମୟୀ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ତେବେ ଗତକାଲି ଦୁଇ ପୁରୁଷ ବନ୍ଧୁ ପ୍ରତିମାନ ଦେ ଓ ମାନସ ଟୁଡୁଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ସେଥିପାଇଁ ଦୁହିଁଙ୍କୁ ଭୁବନେଶ୍ୱର ଫରେନସିକ ଲ୍ୟାବରେ ହାଜର କରାଯାଇଥିଲା । ପ୍ରୀତିମାନଙ୍କଠାରୁ ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପ୍ରୟାସ କରିଥିଲା ପୋଲିସ ।

ତେବେ ପୋଲିସ ଚିନ୍ମୟୀଙ୍କ ଭୁବନେଶ୍ୱର ସ୍ଥିତ ବିଜେବି ନଗର ଘରୁ ଲାପଟପ, ହାର୍ଡଡିସ୍କ, ପେନ ଡ୍ରାଇଭ ଓ ଡାଏରୀ ଜବତ କରିଛି । ପ୍ରତିମାନ-ଚିନ୍ମୟୀଙ୍କର ସିଡିଆର ରିପୋର୍ଟ ପୋଲିସକୁ ମିଳିଛି । ଘଟଣା ଦିନ ହୀରାକୁଦ ଷ୍ଟେସନ ସମ୍ମୁଖରେ ଏକ ଢାବାରେ ଉଭୟେ ଖାଉଥିବାର ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଏହା ମଧ୍ୟରେ ବୁର୍ଲା ପୋଲିସ ୩୧ ଜଣଙ୍କୁ ପଚରାଉଚରା କରିଛି । ଆଜି ପ୍ରୀତିମାସ ଓ ମାନସଙ୍କ ଲାଇ ଡିଟେକ୍ସନ ରିପୋର୍ଟ ଆସିବ ।

Get real time updates directly on you device, subscribe now.