fbpx
BJD
BJD SKY
BJD SKY

ଆଜି ମଳ ମାସର ପ୍ରଥମ ସୋମବାର : ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି ଭୁଲ

ଭୁବନେଶ୍ୱର : ଜୁଲାଇ ୪ରୁ ଆରମ୍ଭ ହୋଇଗଲାଣି ଶ୍ରାବଣ ମାସ ଏବଂ ଏହା ଅଗଷ୍ଟ ୩୧ରେ ଶେଷ ହେବ । ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ, ଏହିମାସରେ ଶ୍ରଦ୍ଧାଳୁ ବ୍ରତ ମଧ୍ୟ ରଖନ୍ତି । ଚଳିତ ବର୍ଷ ଯୋଡ଼ା ଶ୍ରାବଣ ହେତୁ ଏହି ମାସରେ ୮ଟି ସୋମବାର ପଡୁଛି । ଏହି ଭଳି ସଂଯୋଗ ୧୯ ବର୍ଷ ପରେ ହୋଇଛି । ଏହି ମାସରେ ସୋମବାରର ବ୍ରତର ବିଶେଷ ମହତ୍ୱ ରହିଛି । ଏଥର ଶ୍ରାବଣର ତୁତୀୟ ସୋମବାର ବା ଯୋଡା ମାସର ପ୍ରଥମ ସୋମବାର ଜୁଲାଇ ୨୪ ଅର୍ଥାତ ଆଜି ଅଟେ ।

ଜ୍ୟୋତିଷବିଦ୍ୟା ଅନୁସାରେ, ଶ୍ରାବଣ ମାସରେ ଲାଗିଥିବା ପ୍ରଥମ ସୋମବାରକୁ ଶିବଙ୍କର ପୂଜାରେ ଏହି ୫ଟି ଭୁଲ ଆଦୌ କରନ୍ତୁ ନାହିଁ ।

୧. ଏହି ମାସରେ ଶିବ ଲିଙ୍ଗ ଉପରେ ହଳଦୀ, ସିନ୍ଦୁର ବା କୁମକୁମ ଚଢାନ୍ତୁ ନାହିଁ । ମହାଦେବଙ୍କୁ କେତକୀ ବା କେବଡେ ଫୁଲ ମଧ୍ୟ ଚଢାନ୍ତୁ ନାହିଁ ।

୨. ଯୋଡା ମାସର ପ୍ରଥମ ସୋମବାର ଦିନ ଆମିଷ ଭୋଜନ କରନ୍ତୁ ନାହିଁ । ମାଂସ-ମାଛ ବା ପିଆଜ ରସୁଣରେ ତିଆରି ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ।

୩. ଭଗବାନ ଶିବ ଶଙ୍ଖଚୁଡ ଅସୁରର ବଧ କରି ଥିଲେ । ଏଥେôଯାଗୁଁ ଯୋଡା ଶ୍ରାବଣର ସୋମବାରକୁ ଶିବଲିଙ୍ଗ ଉପରେ ଶଙ୍କରେ ଜଳ ଅର୍ପଣ କରନ୍ତୁ ।

୪. ଏହି ମାସରେ ପୂଜା ସମୟରେ କଳା ବସ୍ତ୍ର ପିନ୍ଧିବା ଠାରୁ ଦୂରେଇ ରୁହନ୍ତୁ । ସ୍ରାବଣର ବ୍ରତ ରଖୁଥରବା ବ୍ୟକ୍ତି ବା ମହିଳାଙ୍କୁ ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଉଚିତ ।

୫. ଭଗବାନ ଶିବଙ୍କର ଏପରି ଭୋଟ ଲଗାନ୍ତୁ ନାହିଁ ଯେଉଁଥିରେ ମହାଦେବ କ୍ରୋଧ ମୁଦ୍ରାରେ ବସିଥିବେ । କ୍ରୋଧ ମୁଦ୍ରାର ମହାଦେବ ବିନାଶର ପ୍ରତିକ ଅଟନ୍ତି ।

Get real time updates directly on you device, subscribe now.