CHARIDHAM

ଆଜି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ, ୨୩ରେ ଉପାଧ୍ୟକ୍ଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ହେବାକୁ ଯାଉଛି । ଏହାସହିତ ଆସନ୍ତା ୨୩ ତାରିଖରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିର୍ବାଚନ ହେବ। ସବୁ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କୁ ବାଛିବେ ନବନିର୍ବାଚିତ ସମିତି ସଦସ୍ୟ । ନିର୍ବାଚନ ପ୍ରକ୍ରିୟା ପୂର୍ବାହ୍ନ ସାଢ଼େ ୧୦ଟାରୁ ଆରମ୍ଭ ହେବ ଏବଂ ଅପରାହ୍ନ ସୁଦ୍ଧା ସବୁ ପଞ୍ଚାୟତ ସମିତିର ଚିତ୍ର ସ୍ପଷ୍ଟ ହେବ।

ନିର୍ବାଚନ କମିସନ୍‌ଙ୍କୁ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ୧୨ ତାରିଖ ପୂର୍ବାହ୍ନ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଅଧ୍ୟକ୍ଷ ନିର୍ବାଚନ ପାଇଁ ବ୍ଲକ୍ କାର୍ୟ୍ୟାଳୟରେ ପ୍ରାର୍ଥିପତ୍ର ଉପଲବ୍ଧ ହେବ। ସେହି ସମୟ ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିବେ। ୧୧ଟା ୩୦ରୁ ୧୨ଟା ୩୦ ମଧ୍ୟରେ ପ୍ରାର୍ଥିପତ୍ର ଗୁଡ଼ିକୁ ଯାଞ୍ଚ୍ କରାଯିବ। ଅପରାହ୍ନ ୧ଟା ପୂର୍ବରୁ ଇଚ୍ଛୁକ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ। ଯଦି ଏକାଧିକ ପ୍ରାର୍ଥୀ ଥା’ନ୍ତି, ତେବେ ୧ଟା ୩୦ରୁ ୪ ଟା ଭିତରେ ନିର୍ବାଚନ ହେବ। ତାହା ପରେ ଫଳାଫଳ ଘୋଷଣା କରାଯିବ।