ଭୁବନେଶ୍ୱର: ଆଜି ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ। ଇଂରାଜୀ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। କପି ରୋକିବାକୁ ବ୍ୟାପକ ବନ୍ଦୋବସ୍ତ। ପ୍ରଥମ ଦିନ ପରୀକ୍ଷା ଭଲରେ ସରିଛି। ଯେହେତୁ ପରୀକ୍ଷା ଆରମ୍ଭ ଦିନ ବା ପ୍ରଥମ ଦିନ ସାହିତ୍ୟ ଥିଲା।
ଯେଉଁଥିରେ ପରୀକ୍ଷାର୍ଥୀ ଭଲ କରିଥିଲେ ବି ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆଉ ଆଜି ଯେହେତୁ ଇରାଜୀ ପରୀକ୍ଷା ରହିଛି। ତେଣୁ ମନରେ କୋଉଠି ନା କୋଉଠି ଟିକେ ଭୟ ରହିଛି। ଛାତ୍ରଛାତ୍ରୀଙ୍କ ମନରେ ଟିକେ ଛନକା ରହିଛି।
ହେଲେ ମୋଟାମୋଟି ଭାବରେ କହିବାକୁ ଗଲେ ଯେହେତୁ ପ୍ରଥମ ଦିନ ପରୀକ୍ଷା ଭଲରେ ସରିଛି। ଆଉ କପି ରୋକିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ତେଣୁ ଦ୍ୱିତୀୟ ଦିନ ବି ପରୀକ୍ଷା ସୁରୁଖୁରୁରେ ସମ୍ପାଦନ ହେବ ବୋଲି ଆଶା କରାଯାଉଛି।