fbpx

ମାଡ଼ି ଚାଲିଛି କରୋନା: ରାଜ୍ୟରେ ଆଉ ୫୨୭ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୮ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୫୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୫୨୭ଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩୩୮ ଓ ସ୍ଥାନୀୟ ଅଞ୍ଚଳରୁ ୧୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୧୫, ସୁନ୍ଦରଗଡ଼ରୁ ୭୮, ଖୋର୍ଦ୍ଧାରୁ ୫୦, ବାଲେଶ୍ୱରରୁ ୨୬, ଯାଜପୁରରୁ ୨୫, ବଲାଙ୍ଗୀରରୁ ୨୧, ନୟାଗଡ଼ରୁ ୧୮, କଟକରୁ ୧୭, ପୁରୀରୁ ୧୬, ମୟୁରଭଞ୍ଜରୁ ୧୦, କେନ୍ଦୁଝରରୁ ୭, କୋରାପୁଟରୁ ୬, କେନ୍ଦରାପଡ଼ାରୁ ୫, ସୋନପୁର ୫, ଜଗତସିଂହପୁରରୁ ୪, ଝାରସୁଗୁଡ଼ାରୁ ୪, ନୂଆପଡ଼ାରୁ ୪, ନବରଙ୍ଗପୁରରୁ ୩,ଗଜପତିରୁ ୩, ମାଲକାନଗିରିରୁ ୩, ଭଦ୍ରକରୁ ୨, ଢ଼େଙ୍କାନାଳ,ଅନୁଗୁଳ, ବରଗଡ଼,ରାୟଗଡ଼. ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.