fbpx

ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର, ୨୨/୬(ଓଡିଶା ଭାସ୍କର): ଆଜି ପୁଣି  ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି।ପେଟ୍ରୋଲ ଲିଟର ପିଛା  ୩୩ ପଇସା ବଢିଥିବା ବେଳେ ଡିଜେଲ ୫୮ ପଇସା ବୃଦ୍ଧି ପାଇଛି। ଏହି କ୍ରମରେ ପେଟ୍ରୋଲ ୮୦ ଟଙ୍କା ଅତିକ୍ରମ କରିଥିବା ବେଳେ ଡିଜେଲ ଲିଟର ପିଛା ୭୭ଟଙ୍କା ପାର୍ ପାଇଛି ଲଗାତାର ୧୬ ଦିନ ଧରି ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର।

ତେବେ ଚୀନ ସମେତ କେତେକ ଦେଶରେ ଲକଡାଉନ୍ ନିୟମ କୋହଳ ହେବା କାରଣରୁ ତେଲ ଚାହିଦା ବଢି ଯାଇଛି । ଏଥିଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ବଢ଼ିବାରେ ଲାଗିଛି।

Get real time updates directly on you device, subscribe now.