fbpx

SBI Alert! ଆଜି କିଛି ଘଣ୍ଟା ପାଇଁ Yonoର ବ୍ୟାଙ୍କିଙ୍ଗ ସେବା ବନ୍ଦ ରହିବ, UPIରେ ପେମେଣ୍ଟ ହେବନି

ନୂଆଦିଲ୍ଲୀ: ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ପକ୍ଷରୁ ଆସିଛି ଏକ ବଡ଼ ଖବର । ଆଜି ଏସବିଆଇ ୟୋନୋର ବ୍ୟାଙ୍କିଂ ସେବା କିଛି ଘଣ୍ଟା ପାଇଁ ବନ୍ଦ ରହିବ । ଏନେଇ ଏସବିଆଇ ପକ୍ଷରୁ ଟ୍ୱିଟ କରି ଗ୍ରାହକଙ୍କୁ ସତର୍କ କରିଦିଆଯାଇଛି । ଆଜି ରାତିରେ ଗ୍ରାହକମାନେ ଆଇଏନବି ସର୍ଭିସେସ / ୟୋନୋ, ୟୋନୋ ଲାଇଟ / ୟୋନୋ ବିଜିନେସ / ୟୁପିଆଇର ବ୍ୟବହାର କରିପାରିବେ ନାହିଁ ।

ଏସବିଆଇ ମୁତାବକ, ଆଜି ରାତି ୧୨.୪୦ରୁ ୨.୧୦ ପର୍ଯ୍ୟନ୍ତ ୟୋନୋର ବ୍ୟାଙ୍କିଂ ସେବା ବନ୍ଦ ରହିବ । ଏପରି ସ୍ଥିତିରେ ବ୍ୟାଙ୍କର ସମସ୍ତ ଗ୍ରାହକଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ । ଅନଲାଇନ୍ ବ୍ୟାଙ୍କିଂ ସେବାର ମେଣ୍ଟେନାନ୍ସ କାର୍ଯ୍ୟ କାରଣରୁ ଗ୍ରାହକମାନେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ପାଖାପାଖି ଦେଢ଼ ଘଣ୍ଟା ଧରି ଗ୍ରାହକମାନେ କୌଣସି ଆର୍ଥିକ ନେଣଦେଣ କରିପାରିବେ ନାହିଁ । ତେଣୁ ନିଜର ସମସ୍ତ ଜରୁରୀ କାର୍ଯ୍ୟ ଆଗୁଆ ସାରିଦେବାକୁ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

ବର୍ତ୍ତମାନ ସମୟରେ ଗ୍ରାହକମାନେ ଅନଲାଇନ୍ ଆଡ଼କୁ ଅଧିକ ମାତ୍ରାରେ ଆକୃଷ୍ଟ ହେବାରେ ଲାଗିଛନ୍ତି । ଲୋକମାନେ ବ୍ୟାଙ୍କକୁ ଯାଇ ଅଯଥାରେ ସମୟ ଅପଚୟ କରିବା ଅପେକ୍ଷା ଘରେ ବସି ୟୋନୋରେ ନିଜର ସମସ୍ତ ଆବଶ୍ୟକୀୟ ଟ୍ରାଞ୍ଜାକସନ କରିଥାନ୍ତି । ତେଣୁ ଗ୍ରାହକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ ଏସବିଆଇ ପକ୍ଷରୁ ଆଗୁଆ ସତର୍କ ସୂଚନା ଜାରି କରାଯାଇଛି । ଏହାଫଳରେ ଗ୍ରାହକମାନେ ନିଜର ସମସ୍ତ ଜରୁରୀ ଟ୍ରାଞ୍ଜାକସନ ପୂର୍ବରୁ କରିପାରିବେ ଓ ସେମାନେ କୌଣସି ସମସ୍ୟାର ସାମ୍ନା କରିବେ ନାହିଁ ।

Get real time updates directly on you device, subscribe now.