fbpx

Today’s Gold Rate : ଖୁସି ଖବର ! ଲଗାତର ଭାବେ କମିବାରେ ଲାଗିଛି ସୁନା ଓ ରୁପାର ଦର

ଭୁବନେଶ୍ୱର : ସୁନା କିଣିବା ପାଇଁ ଚାହୁଁଥିଲେ, ଗ୍ରାହକଙ୍କ ପାଇଁ ଖୁସି ଖବର । ଆଜି ସୁନାର ଦରରେ ବଡ଼ ପରିବର୍ତ୍ତନ ହୋଇଛି । ଅନେକ ଦିନ ହେବ ଭାରତୀୟ ବଜାରରେ ସୁନାର ମୂଲ୍ୟ କମିବାରେ ଲାଗିଛି । ତେବେ କିଣିବାକୁ ଯିବା ପୂର୍ବରୁ ନଜର ପକାନ୍ତୁ ଓଡିଶା ସମେତ ଦେଶର ପ୍ରମୁଖ ସହରରେ କେତେ ରହିଛି ଦାମ । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପ୍ରତି ୫୪,୮୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପ୍ରତି ୫୯,୮୪୦ ଟଙ୍କା ରହିଛି । ତେବେ ଓଡିଶାର ରାଜଧାନୀରେ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୪,୮୫୦ ଟଙ୍କା ରହିଛି ଏବଂ ୨୪ କ୍ୟାରେଟ ସୁନାର ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୯,୮୪୦ ଟଙ୍କା ରହିଛି ।

ଏହା ବ୍ୟତୀତ ଦେଶର ପ୍ରମୁଖ ସହରମାନଙ୍କରେ ବି ଏହା ଦର ହ୍ରାସ ହୋଇଛି । କହିବାକୁ ଗଲେ ଆଜି ମୁମ୍ବାଇରେ ୨୨ କ୍ୟାରେଟ ଏବଂ ୨୪ କ୍ୟାରେଟର ମୂଲ୍ୟ ୫୪,୮୫୦ ଟଙ୍କା ଓ ୫୯,୮୪୦ ଟଙ୍କା ଥିବାର ରେକର୍ଡ କରାଯିବା ବେଳେ ନୂଆଦିଲ୍ଲୀରେ ଏହାର ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୫୫,୦୦୦ ଟଙ୍କା ଓ ୬୦,୦୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ମଧ୍ୟ ଏହାର ମୂଲ୍ୟ ଯଥାକ୍ରମେ ୫୪.୮୫୦ ଟଙ୍କା ଓ ୫୯,୮୪୦ ଟଙ୍କା ରହିଛି। ଏହା ବ୍ୟତୀତ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୫,୧୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୦,୧୧୦ ଟଙ୍କା ଥିବା ରେକର୍ଡ ହୋଇଛି । ସେହିପରି ରୁପାର ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୩,୫୦୦ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।

Get real time updates directly on you device, subscribe now.