fbpx
BJD SKY
BJD SKY

Today’s gold rate : ସୁନା ଦରରେ ସାମାନ୍ୟ ପରିବର୍ତ୍ତନ, କିଣିବା ପୂର୍ବରୁ ନଜର ପକାନ୍ତୁ ଆଜିର ଦାମ ଉପରେ

BJD

ଭୁବନେଶ୍ୱର : ମହିଳାଙ୍କ ସୌନ୍ଦର୍ଯ୍ୟକୁ ପୂର୍ଣ୍ଣ କରେ ସୁନାର ଗହଣା । ପ୍ରତ୍ୟେକ ମହିଳା ଗହଣା ପିନ୍ଧିବା ପାଇଁ ଭଲ ପାଇଥାନ୍ତି । ତେଣୁ ସୁନା କିଣି ପାଇଁ ଯାଉଥିଲେ ନଜର ପକାନ୍ତୁ କ’ଣ ରହିଛି ଆଜିର ଦର । ଆଜି ଭାରତୀୟ ବଜାରରେ ସୁନାର ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ଭାରତୀୟ ବଜାରରେ ୨୨ କ୍ୟାରେଡ ସୁନା ଦର ୧୦ ଗ୍ରାମ ପ୍ରତି ୫୪,୨୫୦ ହୋଇଥିବା ବେଳେ ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପ୍ରତି ୫୯,୨୭୦ଟଙ୍କା ରହିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ୨୨ କ୍ୟାରେଟ ସୁନାର ଦାମ ୧୦ ଗ୍ରାମ ପ୍ରତି ୫୪,୯୮୦ ଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୫୯,୯୮୦ଟଙ୍କା ହୋଇଛି ।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ ବୃଦ୍ଧି ଘଟିଛି ।ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୪,୯୮୦ ଟଙ୍କା ଓ ୫୯,୯୮୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୫,୧୩୦ ଟଙ୍କା ଓ ୬୦, ୧୩୦ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨,୨୮୫ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୪,୯୮୦ ଟଙ୍କା ଓ ୫୯,୯୮୦ ଟଙ୍କା ରହିଛି। ସେହିପରି ରୁପା ମୂଲ ୧ କିଲୋଗ୍ରାମ ପ୍ରତି ୭୭,୫୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

Get real time updates directly on you device, subscribe now.