fbpx
BJD SKY
BJD SKY

Today’s Gold Rate : ସୁନା ଦରରେ ଆଜି ହୋଇଛି ବଡ଼ ପରିବର୍ତ୍ତନ, କିଣିବା ପୂର୍ବରୁ ଜାଣିନିଅନ୍ତୁ କେତେ ରହିଛି ଦାମ

BJD

ଭୁବନେଶ୍ୱର : ସୁନା ଦରରେ ଆଜି ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । କିଣିବା ପୂର୍ବରୁ ଜାଣିନିଅନ୍ତୁ ଦେଶର ପ୍ରମୁଖ ସହରରେ କେତେ ରହିଛି ଆଜିର ସୁନା ଦର । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ଦର ଦଶ ଗ୍ରାମ ପ୍ରତି ୫୪,୯୫୦ ଟଙ୍କା ଥିବା ବେଳେ ୨୪କ୍ୟାରେଟ ସୁନାର ଦର ଦଶଗ୍ରାମ ପ୍ରତି ୫୯,୯୫୦ ଟଙ୍କା ରହିଛି । ଓଡିଶାର ରାଜଧାନୀରେ ଏହାର ମୂଲ୍ୟ ୨୨ କ୍ୟାରେଟର ଦର ଦଶ ଗ୍ରାମ ପ୍ରତି ୫୪,୯୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ଦର ଦଶ ଗ୍ରାମ ପ୍ରତି ୫୯,୯୫୦ରହିଛି ।

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନାର ଦର ବୃଦ୍ଧି ପାଇଛି । ମୁମ୍ବାଇରେ ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୪, ୯୫୦ ଟଙ୍କା ଓ ୫୯,୯୫୦ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୫,୧୫୦ ଟଙ୍କା ଓ ୬୦,୧୦୦ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୫,୩୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୦,୩୮୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୪, ୯୫୦ ଟଙ୍କା ଓ ୫୯, ୯୫୦ ଟଙ୍କା ରହିଛି। ସେହିପରି ରୁପା ମୂଲ ୧ କିଲୋଗ୍ରାମ ପ୍ରତି ୭୫,୦୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

Get real time updates directly on you device, subscribe now.