fbpx
BJD SKY
BJD SKY

ଟୋକିଓ ଅଲିମ୍ପିକ୍ସ: ଜାପାନରେ ଲାଗୁହେଲା ଜରୁରୀ ପରିସ୍ଥିତି

BJD

ନୂଆଦିଲ୍ଲୀ: ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ତେବେ ଖେଳର ଏହି ମହାକୁମ୍ଭକୁ ଆଉ ମାତ୍ର ୧୬ ଦିନ ବାକିଥିବାବେଳେ ବୁଧବାର ଜାପାନ ସରକାର ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । କୋଭିଡ-୧୯ ସଂକ୍ରମଣ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଗତ ବର୍ଷ କୋଭିଡ କାରଣରୁ ଅଲିମ୍ପିକ୍ସକୁ ସ୍ଥଗିତ କରାଯାଇଥିଲା । ତେବେ ଆସନ୍ତା ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଜାପାନରେ ହେବାକୁ ଯାଉଛି ।

ଜରୁରୀ ପରିସ୍ଥିତି ଜୁଲାଇ ୭ରୁ ଅଗଷ୍ଟ ୨୨ ପର୍ଯ୍ୟନ୍ତ ଲାଗୁ ରହିବ । ସଂପୂର୍ଣ୍ଣ ଅଲିମ୍ପିକ୍ସ ଶେଷ ହେବା ପର୍ଯ୍ୟନ୍ତ ଜରୁରୀ ପରିସ୍ଥିତି ଲାଗୁ ରହିବ । ସୂଚନା ଅନୁଯାୟୀ ବୁଧବାର ୯୨୦ ନୂଆ ସଂକ୍ରମିତ ମାମଲା ଦେଖାଦେଇଛି । ତେବେ ଏହି ନିଷ୍ପତ୍ତି ଦ୍ୱାରା ପ୍ରତିଯୋଗିତା ଦେଖିବାକୁ ଆସୁଥିବା ଦର୍ଶକଙ୍କ ସଂଖ୍ୟାକୁ କମାଇବାକୁ ନିଆଯାଇଛି । ଏହ ସହ କମିଟି କିଛି କିଛି ପ୍ରତିଯୋଗିତା ପାଇଁ ସଂପୁର୍ଣ୍ଣ ଭାବରେ ଦର୍ଶକଙ୍କୁ ବାରଣ ମଧ୍ୟ କରିଛି । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବରୁ ଦର୍ଶକଙ୍କ କ୍ଷମତା ୫୦% କମାଇବା ସହ ପ୍ରତିଦିନ ୧୦,୦୦୦ ଲୋକଙ୍କୁ ଖେଳ ଦେଖିବାକୁ ଅନୁମତି ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କମାନେ ମତ ରଖିଛନ୍ତି ଦର୍ଶକ କମାଇବାଦ୍ୱାରା କୋଭିଡ ସଂକ୍ରମଣ ସମ୍ଭାବନାକୁ ହ୍ରାସ କରାଯାଇପାରେ । ଜାପାନ ସରକାର ଆନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ସଭାପତି ଥମସ୍ ବାକ୍ ଏବଂ ଟୋକିଓ ଆୟୋଜକଙ୍କ ସହ ଦର୍ଶକଙ୍କ ବିଷୟରେ ଆଲୋଚନା କରିପାରନ୍ତି । ସେପଟେ ଆନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ପକ୍ଷରୁ କୁହାଯାଇଛି ଯେ ସୁରକ୍ଷିତ ଭାବରେ ଅଲିମ୍ପିକ୍ସ ସଂପନ୍ନ କରିବା ପାଇଁ ଯଥା ସମ୍ଭବ ପ୍ରୟାସ କରାଯିବ ।

Get real time updates directly on you device, subscribe now.