fbpx

ଗୃହପାଳିତ ପଶୁଙ୍କ ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ: ବଢ଼ିବ ପ୍ରାଣୀ ଆମ୍ବୁଲାନ୍ସ ସଂଖ୍ୟା

ଭୁବନେଶ୍ବର:(ଓଡ଼ିଶା ଭାସ୍କର) ଗୃହପାଳିତ ପଶୁଙ୍କ ପାଇଁ ଜାରି ହୋଇଛି ଟୋଲ ଫ୍ରି ନମ୍ୱର୍ ୧୯୬୨ । ଏଣିକି ଗ୍ରାମାଞ୍ଚଳ-ସହରାଞ୍ଚଳରେ ଚାଲିବ ପ୍ରାଣୀ ଆମ୍ବୁଲାନ୍ସ । ଏଯାବତ୍ ୧୮୧ଟି ଆମ୍ବୁଲାନ୍ସ ଚାଲୁଥିବା ବେଳେ ଆଗକୁ ଆହୁରି ଏହାର ବୃଦ୍ଧି କରାଯିବ। ୩୧୪ ବ୍ଲକରେ ଚାଲିଛି ଆମ୍ବୁଲାନ୍ସ। ପାରମ୍ପରିକ ଗୋଶାଳାକୁ ଅଧିକ ଉନ୍ନତ କରିବା ପାଇଁ ବିଭିନ୍ନ ଜ୍ଞାନ କୌଶଳର ବ୍ୟବହାର ହେବ । ନୂଆ ଗୋଶାଳାକୁ ପଞ୍ଜୀକୃତ କରାଯିବ। ଉତ୍ପାଦିତ ଗୋବରକୁ ‘ମୋ ଖତ ଯୋଜନା’ରେ କୃଷି ବିଭାଗର ବ୍ୟବହାର ପାଇଁ ଦିଆଯିବ। ଆଗରୁ ବଜେଟରେ ୫ କୋଟି ଥିଲା ଆଉ ଏବେ ବଜେଟ ରେ ୧୦ କୋଟିକୁ ଏହାର ବୃଦ୍ଧି କରାଯାଇଛି। ଏହାକୁ ନେଇ ଗାଁ ଗାଁରେ ପ୍ରଚାର କରାଯିବ। ରାଜ୍ୟର ବହୁ ଗୋଶାଳା ମାଲିକଙ୍କ ସହ ଆଲୋଚନା ହୋଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କୃଷି ଓ କୃଷକ କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ।

Get real time updates directly on you device, subscribe now.