fbpx

ଆସନ୍ତାକାଲି NEET PG 2022: ପରୀକ୍ଷା ପୂର୍ବରୁ ଥରେ ପଢ଼ିନିଅନ୍ତୁ ସମସ୍ତ ଗାଇଡଲାଇନ୍ସ

Advertisement

ନୂଆଦିଲ୍ଲୀ: ଆସନ୍ତାକାଲି ନିଟ୍ ପିଜି ୨୦୨୨ ପରୀକ୍ଷା ଅନୁଷ୍ଠିତ ହେବ । ଦେଶର ଅଲଗା ଅଲଗା କେନ୍ଦ୍ରରେ ଏହି ପରୀକ୍ଷାର ଆୟୋଜନ କରାଯିବ । ପୋଷ୍ଟ ଗ୍ରାଜୁଏଟ ମେଡିକାଲ ପାଠ୍ୟକ୍ରମରେ ଆଡମିଶନ ପାଇଁ ହେଉଥିବା ଏହି ପରୀକ୍ଷା ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ମଧ୍ୟ ଜାରି କରାସରିଛି । ବର୍ତ୍ତମାନ ସୁଦ୍ଧା ଯେଉଁ ପ୍ରାର୍ଥୀଙ୍କର ଆଡମିଟ୍ କାର୍ଡ ଜାରି କରାଯାଇନାହିଁ, ସେମାନେ ଯଥାଶୀଘ୍ର nbe.edu.inକୁ ଯାଇ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

ତେବେ ପରୀକ୍ଷା ହଲକୁ ଯିବା ପୂର୍ବରୁ ଛାତ୍ରଛାତ୍ରୀମାନେ ଏଗଜାମ୍ ଗାଇଡାଇନକୁ ଧ୍ୟାନର ସହ ପଢ଼ିନେବା ଉଚିତ୍ । ଆଡମିଟ୍ କାର୍ଡ ଉପରେ ପରୀକ୍ଷା ସମ୍ବନ୍ଧିତ କିଛି ଗାଇଡଲାଇନ୍ସ ମଧ୍ୟ ଜାରି କରାଯାଇଛି । ନିଟ୍ ପିଜି ପରୀକ୍ଷା ମାଧ୍ୟମରେ ଏମଡି, ଏମଏସ, ଡିପ୍ଲୋମା, ପିଜି ଡିଏନବି କୋର୍ସରେ ଆଡମିଶନ ହୋଇଥାଏ । ପ୍ରାର୍ଥୀମାନେ ନିଜ ନିଜର ପିଜି ଆଡମିଟ୍ କାର୍ଡର ପ୍ରିଣ୍ଟ ଆଉଟ୍ କାଢ଼ି ନେଇ ପାସପୋର୍ଟ ସାଇଜର ଏକ ଫଟୋ ସେଥିରେ ଲଗାଇବେ । ଏଥିସହିତ ସ୍ଥାୟୀ / ଅନ୍ତିମ ଏମସିଆଇ / ଏସଏମସି ରେଜିଷ୍ଟ୍ରେସନର ଜେରକ୍ସ ସାଙ୍ଗରେ ଆଣିବେ ।

ପରୀକ୍ଷାର୍ଥୀମାନେ ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଭୋଟର ଆଇଡି, ପ୍ୟାନ କାର୍ଡ ସାଙ୍ଗରେ ନେଇ ଆସିବେ । ପରୀକ୍ଷା କେନ୍ଦ୍ରରେ ମୋବାଇଲ ଫୋନ, ସ୍ମାର୍ଟୱାଚ, କାଲକୁଲେଟର ବା ଅନ୍ୟ କୌଣସି ଇଲେକ୍ଟ୍ରୋନିକ୍ସ ଗେଜେଟକୁ ଅନୁମତି ନାହିଁ । ପ୍ରାର୍ଥୀମାନେ ପରୀକ୍ଷା ହଲକୁ ପେନ, ପେନସିଲ, ରାଇଟିଂ ପ୍ୟାଡ୍ ଆଦି ନେଇ ପାରିବେ ନାହିଁ । ଏଥିସହିତ ଜୁଏଲାରୀ, ବ୍ୟାଗ, ପାଉଚ୍ ସହ ଅନ୍ୟ କିଛି ସାମଗ୍ରୀ ପରୀକ୍ଷା କେନ୍ଦ୍ରକୁ ନେଇ ଯାଇ ପାରିବେ ନାହିଁ ।

Get real time updates directly on you device, subscribe now.