fbpx
BSKY
BJD SHG SKY
BJD YOUTH SKY

ଆସନ୍ତାକାଲି ପରିଣୀତି-ରାଘବ ନିର୍ବନ୍ଧ ; ସ୍ୱାମୀ ଓ ଝିଅ ସହ ଦିଲ୍ଲୀରେ ପହଞ୍ଚିଥିଲେ ଭଉଣୀ ପ୍ରିୟଙ୍କା

ନୂଆଦିଲ୍ଲୀ : ଏୟାରପୋର୍ଟ, ଷ୍ଟାଡିୟମ୍ ଠାରୁ ଆରମ୍ଭ କରି ସବୁଠି ଏକାଠି ନଜର ଆସିଲେ । ମିଡିଆ କ୍ୟାମେରାକୁ ମଧ୍ୟ ଡର ନଥିଲା । ଶେଷ ସବୁଦିନ ପାଇଁ ଏକାଠି ହେବାକୁ ଯାଉଛନ୍ତି ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ରାଜନେତା ରାଘବ ଚଡା । ଆସନ୍ତାକାଲି ଅର୍ଥାତ୍ ଶନିବାର ମେ ୧୩ରେ ସେମାନେ ନିର୍ବନ୍ଧରେ ଆବଦ୍ଧ ହେବାକୁ ଯାଛନ୍ତି । ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଏହି ନିର୍ବନ୍ଧ ହେବାକୁ ଯାଉଛି । ତେବେ ଏହି ଯୋଡି ଅନେକ ଥର ଏକାଠି ନଜର ଆସିଛନ୍ତ । କିନ୍ତୁ ଆଗାମୀ ଯୋଜନାକୁ ନେଇ ସେ କେବେ ମିଡିଆ ସାମ୍ନାରେ ମୁହଁ ଖୋଲନ୍ତି ନାହିଁ । କିନ୍ତୁ ବର୍ତ୍ତମାନ ସଦ୍ୟତମ ରିପୋର୍ଟ ଅନୁଯାୟୀ ପରିଣୀତି ସମ୍ପର୍କୀୟ ଭଉଣୀ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଗ୍ରାଣ୍ଡ୍ ଏଗେଜମେଣ୍ଟ ସମାରୋହ ରେ ଯୋଗ ଦେବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି । ସାଙ୍ଗରେ କୁନି ଝିଅ ଏବଂ ସ୍ୱାମୀ ଆସିଛନ୍ତି ।

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ନେତା ରାଘବ ଚଡାଙ୍କ ଡେଟିଂ ଖବର ପ୍ରାୟ ଏକ ମାସ ଧରି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଡେଟିଂ ଖବର ପରେ ପରିଣୀତି ଏବଂ ରାଘବ ଚଡାଙ୍କ ନିର୍ବନ୍ଧ ଏବଂ ବିବାହ ଖବର ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି। ବର୍ତ୍ତମାନର ରିପୋର୍ଟ ଅନୁଯାୟୀ ଆସନ୍ତା କାଲି ପରିଣୀତି ଏବଂ ରାଘବ ସମ୍ପର୍କର ଆଉ ଗୋଟେ ପାଦ ଆଗକୁ ଯିବେ । ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ନେତା ରାଘବ ଚଡାଙ୍କ ରିଙ୍ଗ ସେରିମନି ଦିଲ୍ଲୀର କାପୁରଥାଲା ହାଉସରେ ଅନୁଷ୍ଠିତ ହେବାକୁ ଯାଉଛି।

ଅନ୍ୟ ରିପୋର୍ଟ ଅନୁଯାୟୀ ପରିଣୀତିଙ୍କ ମୁମ୍ବାଇ ଘରକୁ ବଧୂ ବେଶରେ ସଜାଯାଇଛି । ଗତ ସନ୍ଧ୍ୟାରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ପାରିନୀତି ଚୋପ୍ରାଙ୍କ ଘର ଆଲୋକରେ ସଜାଯାଇଥିବା ଦେଖିବାକୁ ମିଳିଥିଲା। ଖବର ଅନୁଯାୟୀ, ପରିଣୀତି ଚୋପ୍ରା ତାଙ୍କ ବିବାହ କାର୍ୟ୍ୟରେ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ଡିଜାଇନ୍ ପୋଷାକ ପିନ୍ଧିବାକୁ ଯାଉଛନ୍ତି। କୁହାଯାଉଛି ଯେ ଅଭିନେତ୍ରୀଙ୍କ ପୋଷାକ ଅତି ହାଲୁକା ହେବ, କାରଣ ପାରିନୀ ଭାରୀ କାମ ପସନ୍ଦ କରନ୍ତି ନାହିଁ।

Get real time updates directly on you device, subscribe now.